ବ୍ଳକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

0
216

ଦିଗପହଣ୍ଡି – ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଭୀଷ୍ମଗିରି ହାଇସ୍କୁଲ ଖେଳ ପଡିଆ ଠାରେ ଦୁଇଦିନିଆ ବ୍ଳକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କ୍ରୀଡା ଉତ୍ସବର ଉଦଘାଟନୀ ଦିବସରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସେହିପରି ବ୍ଳକ ସହକାରୀ ଯନ୍ତ୍ରୀ ଇଂ. ରାଜୀବ ପ୍ରଧାନ , କନିଷ୍ଠ ଯନ୍ତ୍ରୀ ଇଂ . କାଳୀଚରଣ ଷଡ଼ଙ୍ଗୀ , ସ୍ଥାନୀୟ ସରପଞ୍ଚ ଗାୟତ୍ରୀ ବ୍ରହ୍ମା , ସହକାରୀ ଶିକ୍ଷା ଅଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ଏସ୍. ଟିକରପଡା ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟ ଚନ୍ଦ୍ର ମହାରଣା , ଫାସିଗୁଡା ହାଇସ୍କୁଲ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ଦାସ , ଦିଗପହଣ୍ଡି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ , ପଦ୍ମନାଭପୁର ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କବିତା ବେହେରା ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହି ପରିପ୍ରେକ୍ଷୀରେ ବ୍ଳକ ଅଧିନସ୍ଥ ୧୬ ଗୋଟି କ୍ଳଷ୍ଟରରୁ ୧୪ ରୁ ୧୭ ବର୍ଷ କମ ବୟସର ଛାତ୍ରଛାତ୍ରୀ ଯାହାକି ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ସ୍ତରର ବିଦ୍ୟାଳୟରୁ ଆସି ବିଭିନ୍ନ କ୍ରୀଡାରେ ଅଂଶଗ୍ରହଣ କରିଥିବା ୨୭୪ ପ୍ରତିଯୋଗୀଙ୍କୁ ଅତିଥି ବୃନ୍ଦ ଉତ୍ସାହିତ କରିବା ସଙ୍ଗେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପ୍ରଧାନଶିକ୍ଷକ ମନୋଜ କୁମାର ନାୟକ ସଂଯୋଜନା କରିଥିବା ବେଳେ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ଗୈାଡ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସିଆରସିସି ଅନିଲ କୁମାର ଦାସ , ବଳରାମ ବେହେରା , ବାବୁଲାଲ ନାୟକ , ଦେବେନ୍ଦ୍ର ବେହେରା , ଶଙ୍କର ସେଠୀ , ସରୋଜ ସାହୁ , ସରୋଜ ନାୟକ , ପୂର୍ବତନ ସିଆରସିସି ନୃସିଂହ ପ୍ରସାଦ ପାଠୀ ସମେତ କ୍ରୀଡା ଶିକ୍ଷକ ଏମ୍ . ଗୌରାଙ୍ଗ , ସଶ୍ମିତା ପ୍ରଧାନ ଏବଂ ବିଦ୍ଯାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ସହଯୋଗ ପ୍ରଦାନ କରିଥିଲେ । ତେବେ ଆସନ୍ତା କାଲି ଉଦଯାପନ ହେବ ବୋଲି ବିଦ୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here