ବରିଷ୍ଠ ନାଗରିକ ଟ୍ରଷ୍ଟର କର୍ମକର୍ତ୍ତା ନିର୍ବାଚନ

0
291

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡ଼ାର ଶ୍ରୀ ବଳଦେବ ସ୍ୱାମୀ ବରିଷ୍ଠ ନାଗରିକ ଟ୍ରଷ୍ଟର କର୍ମକର୍ତ୍ତା ନିର୍ବାଚନ ଓ ବାର୍ଷିକ ସମ୍ମିଳନୀ ଫେବୃୟାରୀ ୧୩ ତାରିଖ ଦିନ ନିଜସ୍ୱ ନିର୍ମାଣଧୀନ ଗୃହରେ ଶିକ୍ଷାବିତ କୈଳାଶ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ପାଞ୍ଚ ବର୍ଷ ପାଇବା ବରିଷ୍ଠ ନାଗରିକ ଟ୍ରଷ୍ଟର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସର୍ବସମ୍ମତି କ୍ରମେ ଅଧ୍ୟକ୍ଷ ଭାବେ ଗଙ୍ଗାଧର ବିଷୋୟୀ, ଉପାଧ୍ୟକ୍ଷ- କେ ଅଶୋକ କୁମାର ପାତ୍ର, ସମ୍ପାଦକ- ଟି ସତ୍ୟ ନାରାୟଣ ପାତ୍ର, ସହ ସମ୍ପାଦକ- କୀର୍ତ୍ତନ ଗୌଡ଼ ଓ ରବି ନାରାୟଣ ପଟ୍ଟନାୟକ ଏବଂ କୋଷାଧ୍ୟକ୍ଷ ଭାବେ ସୁରେଶ ଚନ୍ଦ୍ର ପଣ୍ଡା ନିର୍ବାଚିତ ହୋଇଥିଲେ। ଅନ୍ୟ ବିଷୟ ମଧ୍ୟରେ ବରିଷ୍ଠ ନାଗରିକଙ୍କ କଲ୍ୟାଣ ଓ ସୁରକ୍ଷା, ଟ୍ରଷ୍ଟର ନିର୍ମାଣାଧୀନ ଗୃହ କାର୍ଯ୍ୟର ସମ୍ପୂର୍ଣ୍ଣ, ତୀର୍ଥସ୍ଥାନ ଭ୍ରମଣ ପ୍ରଭୃତି ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା। ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚକ୍ଷୁ ସହାୟକ ବହୁ ସମୟ ଅନୁପସ୍ଥିତ ରହୁଥିବା ଯୋଗୁଁ ଏହାର ପ୍ରତିକାର ପାଇଁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି କରାଯାଇଥିଲା। ଏହି ସମ୍ମିଳନୀରେ ବୁଗୁଡା ବ୍ଲକ ଓ ସହରର ୭୫ ଜଣ ସଦସ୍ୟ ଯୋଗ ଦେଇଥିବା ବେଳେ ଲକ୍ଷ୍ମୀ ନାରାୟଣ ପାତ୍ର, ଉମା ଚରଣ ପଟ୍ଟନାୟକ, ସତ୍ୟନାରାୟଣ ଦାଶ, ଶ୍ୟାମବାବୁ ଆଚାରୀ, ରଘୁନାଥ ସାହୁ, ଗଙ୍ଗାଧର ନନ୍ଦ, ବିପ୍ର ଚରଣ ପାଣିଗ୍ରାହୀ, ଧୋବା ସାହୁ, ରାଘବ ପାତ୍ର, ରାଜେଶ୍ୱର ପାତ୍ର ପ୍ରମୂଖ ସହଯୋଗ କରିଥିଲେ। ଶେଷରେ ନନ୍ଦ କିଶୋର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here