ସ୍ୱରାଜ ସେନା ପକ୍ଷରୁ ରକ୍ତଦାନ ଶିବିର: ୮୦ ୟୁନିଟ୍ ରକ୍ତ ସଂଗ୍ରହ

0
302

ବୁଗୁଡା(ଅନିଲ କୁମାର ମହାରଣା) ସ୍ୱରାଜ୍ୟ ସେନା ସେବା ସଙ୍ଘ, ବ୍ରହ୍ମପୁର ପକ୍ଷରୁ ସଂସ୍ଥାର ୨ୟ ପ୍ରତିଷ୍ଠା ଦିବସ ଅବସରରେ ବୁଗୁଡା ବ୍ଲକ୍ ଅନ୍ତର୍ଗତ ସଦାଶିବପୁର ଶାସନ ଠାରେ ଏକ ରକ୍ତଦାନ ଶିବିର ସ୍ୱେଚ୍ଛାସେବୀ ରାଜେଶ ଖାଡଙ୍ଗାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ବାଲିପଦର ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା, କଳମ୍ବ ସରପଞ୍ଚ ପ୍ରତିନିଧି ପ୍ରଦୀପ ଜେନା, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭାପତି ନାରାୟଣ ସାମନ୍ତରା ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବିପିନ କୁମାର ପାଣିଗ୍ରାହୀଙ୍କ ସହ ରକ୍ତ ସଂଗ୍ରହକାରୀ ଦଳ ସହଯୋଗ କରିବା ସହ ୮୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଯୋଗୁଁ ଖୁସି ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ପ୍ରଶଂସା କରିଛନ୍ତି । ସ୍ୱରାଜ୍ୟ ସେନା ସେବା ସଙ୍ଘର ସଦସ୍ୟ ବିଷ୍ଣୁ ପ୍ରସାଦ, ଟି. ନିହାର ପ୍ରସାଦ, ଟି. ଦକ୍ଷ, ଶଙ୍କରସନ୍, ଅମଳ ଆଲାନ୍, ଉଜ୍ୱଳ, ପ୍ରେମ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ସଦାଶିବପୁର ଶାସନ ଯୁବ ସ୍ୱେଚ୍ଛାସେବୀ ନିଳାଞ୍ଚଳ, ତପନ, ହରମୋହନ, ଆଶିଷ୍, ସାଇନ୍, କାହ୍ନା, ବାବୁ, ପବିତ୍ର, ଲିପୁ, କାହ୍ନୁ ଓ ଶିବାନନ୍ଦ ରକ୍ତଦାନ କରିବା ସହ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ‘ରକ୍ତଦାନ ମହାପୂଣ୍ୟ’ ବାର୍ତ୍ତାକୁ ଗ୍ରାମାଞ୍ଚଳର ଯୁବ ସମାଜରେ ସଚେତନତା ତଥା ରକ୍ତଦାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଂସ୍ଥା ପକ୍ଷରୁ ବିଭିନ୍ନ ସମୟରେ ନିରନ୍ତର ଭାବେ ଆୟୋଜନ କରାଯାଉଥିବା ବିଷୟ ସ୍ୱରାଜ୍ୟ ସେନା ବୁଗୁଡା ବ୍ଲକ୍ ମୁଖ୍ୟ ରାଜେଶ ଖାଡଙ୍ଗା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here