ଭଞ୍ଜନଗରରେ ଅବକାରୀ ଧରପଗଡ଼ ;୧୨ ଗିରଫ

0
460

ଭଞ୍ଜନଗର (ନିଲୁ ବିଷୋୟୀ) ଅବକାରୀ ଉପ-ଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଭଞ୍ଜନଗର ଥାନା ଇଲାକାରେ ଅବକାରୀ ଚଢ଼ାଉ କରାଯାଇଛି। ଗୁଡିପଦର, ନାହାତୋଟା ସାହି, ପୁଟି ନାଳିଆ,ଡ଼ୁମାକୁମ୍ପା,ମୁଜାଗଡ଼,ବେଡିଗୋବା, ଜୟମଙ୍ଗଳ,କାଳିପଙ୍କା ଇତ୍ୟାଦି ସ୍ଥାନରେ ଜୋରଦାର ଚଢାଉ କରାଯାଇଥିଲା | 275 ଲିଟର ବେଆଇନ ମଦ, 4150 ଲିଟର ଗୁଡ ମିଶ୍ରିତ ପୋଚ, 30,600 ଲିଟର ଓଏସ ମଦ 2.880 ଲିଟର ବିଦେଶୀ ମଦ ସମେତ ବହୁ ମଦ ତିଆରି ସାମଗ୍ରୀ ଜବତ କରାଯାଇଥିଲା । ଚଢାଉରେ ତିନି ମହିଳା ସମେତ ମୋଟ 12 ଜଣଙ୍କୁ ଗିରଫ କରାଯାଇଛି । ଅଭିରାମ ବେହେରାଙ୍କ ନେତୃତ୍ୱରେ ଅନ୍ୟ ମାନଙ୍କ ମଧ୍ୟରେ ଆସିକା ଅବକାରୀ ଇନିସପେକ୍ଟର ଶ୍ରୀ ଧିରେନ କୁମାର ବେହେରା, ଭଞ୍ଜନଗର ଅବକାରୀ ସବଇନିସପେକ୍ଟର ଶ୍ରୀ ପାର୍ଥ ସାରଥୀ ରାଉତ, ଜିଲ୍ଲା ଭ୍ରlମ୍ୟମାନ ସ୍କ୍ୱାର୍ଡ ଇନିସପେକ୍ଟର ଦୁର୍ଯ୍ୟୋଧନ ଦିଗାଲ ସମେତ ଅନ୍ୟ କର୍ମଚାରି ଉପସ୍ଥିତ ଥିଲେ | ବେଆଇନ କାର୍ଯ୍ୟକଳାପକୁ କଦାପି ପ୍ରଶୟ ଦିଆଜୀବନୀ ଏବଂ ଆଗକୁ ଚଢାଉ ଜୋରଦାର କରାଯିବ ବୋଲି କହିଛନ୍ତି ଅଭିରାମ ବେହେରା ।

LEAVE A REPLY

Please enter your comment!
Please enter your name here