ଦଶମ ଶ୍ରେଣୀ ପରୀକ୍ଷା ପରିଚାଳନା ପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ସମ୍ମିଳନୀ

0
369

ବୁଗୁଡା(ଅନିଲ କୁମାର ମହାରଣା) ଫେବୃଆରୀ ୧୩ ତାରିଖ ଦିନ ବୁଗୁଡା ବ୍ଲକର ସମସ୍ତ ହାଇ ସ୍କୁଲରେ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ପରିଚାଳନା ନିମନ୍ତେ ଅଭିଭାବକ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କୋଭିଡ କଟକଣା ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ୨୦୨୦ ମାର୍ଚ୍ଚ ୩୧ ତାରିଖ ଠାରୁ ବନ୍ଦ ଥିବା ବେଳେ ଶିକ୍ଷାଦାନ ହୋଇପାରି ନଥିଲା। ଦୀର୍ଘ ୯ ମାସ ୮ ଦିନ ପରେ ୨୦୨୧ ଜାନୁୟାରୀ ୮ ତାରିଖ ଦିନ ସ୍କୁଲ ଖୋଲି କୋଭିଡ ନିୟମ ଅନୁସାରେ ଶିକ୍ଷା ଦାନ ଆରମ୍ଭ ହୋଇଥିଲା। ଅଳ୍ପ ଦିନ ଶିକ୍ଷା ଦାନ ଯୋଗୁଁ ଓଡ଼ିଶା ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୮୦ ପ୍ରତିଶତ ପାଠକୁ ନେଇ ବୋର୍ଡ଼ ପରୀକ୍ଷା କରିବାକୁ ସ୍ଥିର କରିଥିଲେ। ପରୀକ୍ଷା ଦର୍ପଣ ବହି ବଣ୍ଟନ କରି ଆଦର୍ଶ ପ୍ରଶ୍ନ ଓ ଉତ୍ତର ବିଷୟରେ ଅବଗତ କରାଇଥିଲେ। ଗତକାଲି ପୁଣି ପରୀକ୍ଷା କିପରି ପରିଚାଳନା ହେବ ସେହି ବିଷୟ ଆଲୋଚନା ପାଇଁ ଅଭିଭାବକ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ମିଳିତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବୁଗୁଡା ପିପୁଲସ ହାଇ ସ୍କୁଲରେ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଅତିଥି ଭାବେ ଏବିଇଓ ପିତାମ୍ବର ବିଷୋୟୀ, ସିଆରସିସି ପ୍ରତାପ କୁମାର ଖାଡଙ୍ଗା, ସ୍କୁଲର ବରିଷ୍ଠ ଶିକ୍ଷକ ସରୋଜ କୁମାର ନନ୍ଦ ଓ ପ୍ରଶାନ୍ତ କୁମାର ଗୌଡ଼ ଯୋଗଦେଇଥିଲେ। ସେହିପରି ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବେ ବିଷ୍ଣୁପ୍ରିୟା ପତି, ରବିନାରାୟଣ ବରିହା, ଶଙ୍କର ସେଠୀ, କାଦମ୍ବିନୀ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ପଣ୍ଡା, ବିଳାଶ କୁମାର ପୋଲାଇ, ଅମୀୟ ରଞ୍ଜନ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟତମ ତାଳସାକାର ଗ୍ରାମର ମହାମାୟୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମନୋଜ କୁମାର ଶତପଥୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, ସିଆରସିସି ମାନସ ରଞ୍ଜନ ସେଠୀ, ବି ଗୋପାଳ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଥିଲେ।

LEAVE A REPLY

Please enter your comment!
Please enter your name here