ସକ୍ରିୟ ବିଜେଡି ସଂଗଠକଙ୍କ ଅକାଳ ବିୟୋଗରେ ଖଲ୍ଲିକୋଟ ରାଣୀ ମା’ ତଥା ପୂର୍ବତନ ବିଧାୟିକାଙ୍କ ଶୋକ ପ୍ରକଟ

0
459

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଏବଂ କୋଦଳା ଏନଏସିରେ ସକ୍ରିୟ ଥିବା ବିଜେଡି ଦଳର ଜଣେ ଟାଣୁଆ ସଂଗଠକ ଦିବାକର ପାଣ୍ଡିଙ୍କ (ବାବୁଲା) ଅକାଳ ବିୟୋଗରେ ଖଲ୍ଲିକୋଟ ରାଣୀ ମା’ ତଥା ଖଲ୍ଲିକୋଟ ଏବଂ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଶ୍ରୀମତୀ ଭି. ସୁଜ୍ଞାନୀ କୁମାର ଦେଓ ଗଭୀର ଶୋକ ପ୍ରକଟ କରିଛନ୍ତି l ସ୍ବର୍ଗତ ପାଣ୍ଡୀଙ୍କ ନିଜ ଘର କୋଦଳା ଏନଏସି ସ୍ଥିତ ପାଣ୍ଡି ସାହି ହୋଇଥିବା ବେଳେ କୋଦଳା ଏନଏସିରେ ବିଜେଡି ଦଳକୁ ମଜବୁତ କରିବାରେ ସେ ବହୁବର୍ଷ ଧରି ସଂଘର୍ଷ କରିଆସୁଥିବା ସହ ମୁଖ୍ୟ ଭୂମିକା ତୁଲାଇ ଆସୁଥିଲେ l ଏହାସହ ସେ ବେଗୁନିଆପଡା ବ୍ଲକ ଏବଂ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଏନଏସିରେ ଦଳର ଉର୍ନ୍ନତ୍ତି ପାଇଁ ନିଜର ସକ୍ରିୟ ଭୂମିକା ନିର୍ବାହ କରିଆସୁଥିଲେ l ତାଙ୍କ ଅକାଳ ବିୟୋଗରେ ଦଳ ଜଣେ ସମର୍ପିତ ସଂଗଠକକୁ ହରାଇଲା ବୋଲି ଶ୍ରୀମତୀ ଦେଓ ପ୍ରକାଶ କରିବା ସହ ଶୋକ ବାର୍ତ୍ତାରେ ସ୍ବର୍ଗତ ପାଣ୍ଡିଙ୍କ ଅମରଆତ୍ମାର ସତଗତି ନିମନ୍ତେ କାମନା କରିବା ସଂଗେସଂଗେ ତାଙ୍କ ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ବୋଲି ପାର୍ଥନା କରିଛନ୍ତି l 

LEAVE A REPLY

Please enter your comment!
Please enter your name here