ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଜୈବ ପୁଞ୍ଜି ମାଧ୍ୟମରେ ମାଛ ଚାଷ

0
206

ରଙ୍ଗେଇଲୁଣ୍ଡା:ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଓଡ଼ିଶା ଜୀବିକା ମିଶନ ଶକ୍ତି, ମିଶନ ଶକ୍ତି, ଓ ମତ୍ସ୍ୟ ବିଭାଗ ଓଡ଼ିଶା ସରକାରଙ୍କ ମାଧ୍ୟମରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଲଟା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବୁରୁକୁଦି ଗ୍ରାମର ୩ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୧ ଜଣ ମହିଳା ସଦସ୍ୟା ଏକାଠି ହୋଇ ଜୈବ ପୁଞ୍ଜି ମାଧ୍ୟମରେ ବିନା ଜଳାଶୟରେ ମାଛ ଚାଷ ଆରମ୍ଭ କରିଛନ୍ତି ।ଗୋଟିଏ ବଡ଼ କୁଣ୍ଡ ତିଆରି କରି ଉକ୍ତ କୁଣ୍ଡରେ କୁତ୍ରିମ ପ୍ରଣାଳୀରେ ପ୍ରାୟ ୪ହଜାର ଚାନ୍ଦି ଓ ଦେଶୀ ମାଗୁର ମାଛ ଯାଆଁଳ ଛାଡିଛନ୍ତି ।ବୁରୁକୁଦି ଗ୍ରାମର ମାଁ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ଶିବ ଶଙ୍କର ସ୍ୱୟଂ ସହାୟକ ଗୋଷ୍ଠୀ ଓ ସାଇ ରାମ ସ୍ୱୟଂ ସହାୟକ ଗୋଷ୍ଠୀର ୩୧ ଜଣ ସଭ୍ୟାଙ୍କୁ ଫୁଲଟା ଗ୍ରାମ ପଞ୍ଚାୟତ ସ୍ତରୀୟ ସଙ୍ଘ ମାଧ୍ୟମରେ ୩ ଲକ୍ଷ ଟଙ୍କା ଓ ବ୍ୟାଙ୍କରୁ ୨୦,୦୦୦ ଟଙ୍କା ଓ ଗୋଷ୍ଠୀ ବିନିଯୋଗ ପାଣ୍ଠିରୁ ୧୫୦,୦୦୦ ଟଙ୍କା ସହାୟତ ଆଣି ଏହି ମାଛ ଚାଷ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।ଆସନ୍ତା ୩ ରୁ ୭ମାସ ମଧ୍ୟରେ ମାଛ ଉତପାଦନ ହୋଇପାରିବ ।ଏହି ମାଛ ଚାଷ ମାଧ୍ୟମରେ ବର୍ଷକୁ ପ୍ରାୟ ୨ଲକ୍ଷ ଟଙ୍କା ଲାଭ ପାଇବେ ବୋଲି ଗୋଷ୍ଠିର ସଦସ୍ୟା ମାନେ ଆଶାବାଦୀ ଅଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here