ବିଧାୟକଙ୍କ ଦ୍ଵାରା ଉଦଘାଟନୀ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ

0
292

ବୁଗୁଡା(ଅନିଲ କୁମାର ମହାରଣା) ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଫେବୃୟାରୀ ୧୨ ତାରିଖ ଦିନ ଦୁଇଟି ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ଗୋଟିଏ ପ୍ରକଳ୍ପର ଭିତତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣା ପଡିଛି। ଅରଖପୁର ଗ୍ରାମ ପଞ୍ଚାୟତର ମହୁଲପଲ୍ଲୀ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର- ୨ ର ନୂତନ ଗୃହକୁ ଉଦଘାଟନ କରିବା ସହ ସେହି ଗ୍ରାମରେ ପାନୀୟ ଜଳଯୋଗାଣ କେନ୍ଦ୍ରକୁ ମଧ୍ୟ ଉଦଘାଟନ କରିଥିଲେ। ପାନୀୟଜଳ ଯୋଗାଣ କେନ୍ଦ୍ର ଉଦଘାଟନ ହେବାଦ୍ୱାର ମହୁଲପଲ୍ଲୀ ଗ୍ରାମର ଶତପ୍ରତିଶତ ପରିବାରଙ୍କ ଗୃହକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ହୋଇ ପାରିଛି। ସେହିପରି ବାଲିପଦର ଗ୍ରାମରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ପ୍ରକଳ୍ପ ନିର୍ମାଣ ପରେ ବାଲିପଦର ଗ୍ରାମର ସମସ୍ତ ପରିବାରଙ୍କ ଘରକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଇଂ ତୁଷାରକାନ୍ତ ସାହୁ, କନିଷ୍ଠ ଯନ୍ତ୍ରୀ ଇଂ.ଏ. ରାମା ରାଓ, ସମିତି ସଭ୍ୟ ମହେନ୍ଦ୍ର କୁମାର ପଣ୍ଡା, ଇଂ ଲକ୍ଷ୍ମୀ ପ୍ରସାଦ ପଣ୍ଡା, ବରୁଣ ସେନାପତି ପ୍ରମୂଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here