ଦୁଃଖା ମୁହଁରେ ହସ ଫୁଟାଇଲା ପ୍ରଶାସନ; ଚିକିତ୍ସା ସହ ଆର୍ଥିକ ସାହାଯ୍ୟ କଲା ପ୍ରଶାସନ

0
357

ଭଞ୍ଜନଗର(ନିଲୁ ବିଷୋୟୀ) ଦୁର୍ଘଟଣା ରେ ଗୁରୁତର ଆହତ ହେଇ ଗୋଡର ସମ୍ପୂର୍ଣ୍ଣ ଭାଗ ସଂକ୍ରମିତ ହେବ ଦୁଃଖ ଦୁର୍ଦଶା ରେ ଜୀବନ ବିତାଉ ଥିବା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାରୁଡ଼ ପଂଚାୟତ ବାଲିଆପଟା ଗ୍ରାମର ଦୁଃଖା ନାଇକ ଙ୍କୁ ଚିକିତ୍ସା ନିମନ୍ତେ ବୁଧବାର ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ପହଂଚି ରେଡକ୍ରସ ଫଣ୍ଡରୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଦୁଃଖା ଙ୍କ ସ୍ତ୍ରୀ ଝିଲି ନାଇକ ଏହି ରାଶି ଗ୍ରହଣ କରିଛନ୍ତି । ଦୁଃଖା ନିହାତି ଗରିବ ଶ୍ରେଣୀର ହେଇଥିବାରୁ ଚିକିତ୍ସା ନିମନ୍ତେ ବାଧା ସୃଷ୍ଟି ହେଉଥିଲା । ଆର୍ଥିକ ସହାୟତା ପାଇ ଦୁଃଖା ଓ ସ୍ତ୍ରୀ ଝିଲି ମୁହଁରେ ହସର ଲହରି ସୃଷ୍ଟି ହେଇଛି । ଉତ୍ତମ ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ପଠା ଯିବା ସହ ଦରକାର ପଡିଲେ ଆହୁରି ସହାୟତା ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ ପ୍ରକାଶ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ମେଡିକାଲ ଅଧିକ୍ଷକ ଶ୍ରୀ ସୀତାଂଶୁ ଶେଖର ଶତପଥୀ, ଭଞ୍ଜନଗର ସି. ଡି. ପି. ଓ ବିଷ୍ନୁପ୍ରିୟ ସେଠୀ, ମେଡ଼ିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here