ବିଜେଡି ଦଳର ବିିଶାଳ ଯୁବ ଓ ଛାତ୍ର ସମାବେଶ

0
305

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ବିଜୁ ଜନତା ଦଳର ଯୁବ ଛାତ୍ର ପକ୍ଷରୁ ଜିଲ୍ଲା ସ୍ତରୀୟ ସମାବେଶ ଆୟୋଜନ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ତଥା ଯାଜପୁର ବିିଧାୟକ ପ୍ରବଣବ ପ୍ରକାଶ ଦାସ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ, ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, ଗଜପତି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଜିିଲ୍ଲା ବିଜେଡି ଯୁବ ସଭାପତି ଏସ୍‌.ଲିଙ୍ଗରାଜୁ, ଗଜପତି ଜିିଲ୍ଲା ଛାତ୍ର ବିଜେଡି ସଭାପତି ବିିଶ୍ୱଜିତ ତ୍ରିପାଠୀ, ଯୁବ ବିଜେଡିର ରାଜ୍ୟ ଉପସଭାପତି ଧ୍ରୃତିରଂଜନ ମାର୍ଥା, ଯୁବ ବିିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ଡେଙ୍ଗ, ଯୁବ ବିଜେଡି ରାଜ୍ୟ ସମ୍ପାଦକ ମୁକୁନ୍ଦ ଗୌଡ, ଛାତ୍ର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ପାଲଟା ସିଂ, ଯୁବ ବିିଜେଡିର ଯୁଗ୍ମ ସମ୍ପାଦକ ଦେବୀ ପ୍ରସାଦ ଦାସ, ବରିଷ୍ଠ ବିଜେଡି ନେତ୍ରୀ ତଥା ପାରଳା ଯୁବରାଣୀ କଲ୍ୟାଣୀ ଗଜପତି, ବିଜେଡି ନେତ୍ରୀ ଈନ୍ଦିରା ପଟ୍ଟନାୟକ, ବିଜେଡି ନେତା ବସନ୍ତ ଦାସ, ରାମନାଥ ମିଶ୍ର, ମାରୁତ ପାଳ, ଲକ୍ଷ୍ମୀକାନ୍ତ ପରିିଚ୍ଛା ଯୋଗଦେଇ ନିଜ ନିଜ ବକ୍ତବ୍ୟରେ କହିିଛନ୍ତି ଯେ, ସବୁ ଉନ୍ନତିରେ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ସାରା ଭାରତରେ ବିଜେଡିର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଗୌରବମୟ ସ୍ଥାନ ହାସଲ କରିଛନ୍ତି । ଯୁବ ଓ ଛାତ୍ର ସମାଜର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ଅଗ୍ରାଧିକାର ଭିତ୍ତିରେ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଛାତ୍ର ଓ ଯୁବକମାନଙ୍କ ଶୃଙ୍ଖଳାଗତ ବିଦ୍ୟାର୍ଜନ ଉପରେ ଛାତ୍ର ଓ ଯୁବକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦ ଅଟେ । ଏତଦ୍ ବ୍ୟତୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଉନ୍ନୟନ ଓ ଲୋକହିତକର କାର୍ଯ୍ୟକ୍ରମ ଯୋଗୁଁ ଓଡିଶାବାସୀଙ୍କ ଅତି ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇପାରି ସମଗ୍ର ଭାରତ ବର୍ଷରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଓଡିଶାର ନାମକୁ ସମ୍ମାନର ଶୀର୍ଷରେ ରଖିପାରିଛନ୍ତି । ଏହି ଅବସରରେ ଏକ ଦଳୀୟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ନେତ୍ରୀ ତଥା ସରପଞ୍ଚ ସଂଯୁକ୍ତା ପୂଜାରୀ ଏବଂ ମୋହନା ବିଧାୟକଙ୍କ ଘନିଷ୍ଠ ସହଯୋଗୀଙ୍କ ସମେତ ସେମାନଙ୍କ ସମର୍ଥକ ମାନେ ବିଜେଡିରେ ଆଜି ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହର ରେ ଥିବା ହାଇସ୍କୁଲର ବହୁତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦେଖିବାକୁ ମିଳିଛି ଓ ଯୁବ ସମାବେଶ ରେ ଯୁବ ପିଢୀ ବଦଳରେ ବହୁତ ବଳିଷ୍ଠ ନାଗରିକ ଙ୍କ ସମାଗମ ବହୁ ସଂଖ୍ୟାରେ ଉପସ୍ଥିତ ରହିବା ଦେଖିବାକୁ ମିଳିଛି। ଅପରପକ୍ଷରେ ବୁଦ୍ଧିଜୀବୀ ଙ୍କ ଆଲୋଚନା ରେ ଦେଖିବାକୁ ମିଳିଛି ଯେ ବର୍ତମାନ କୋରନା ମହାମାରୀ ଯୋଗୁଁ ଛାତ୍ରଛାତ୍ରୀ ଙ୍କ ପାଠ ନିମନ୍ତେ ସରକାର ସହେ ଦିନରେ ସଂପୂର୍ଣ୍ଣ ପାଠ ପଢା ନିମନ୍ତେ ରବିବାର ଦିନ ମଧ୍ୟ ବିଦ୍ୟାଳୟ ବନ୍ଦ ନକରିବାକୁ ସରକାରୀ ଆଦେଶ ନାମା ଜାରି ରହିଥିବା ବେଳେ ଏଠାରେ ନିରିହ ଛାତ୍ର ମାନଙ୍କ ପାଠ ପଢ଼ାରେ ବାଘ୍ୟାଡ ସ୍ରୃଷ୍ଟି କରାଇ ଦଳିୟ ସମାବେଶରେ ପିଲାଙ୍କ ଉପସ୍ଥିତ କୁ ଦେଖି ଘୋର ନିନ୍ଦା କରିଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here