ଚାରି ବର୍ଷ ର ଶିଶୁ କନ୍ୟା ଟିକୁ ପଶ୍ଚିମ ବଙ୍ଗରୁ ଉଦ୍ଧାର କରି ଗଜପତି ରେ ପହଞ୍ଚାଇଲେ

0
310

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ର ଶିଶୁ କନ୍ୟା: ପଶ୍ଚିମବଙ୍ଗରୁ ପୁଲିସ ଉଦ୍ଧାର କରିଛି। ଉଦ୍ଧାର ଶିଶୁ କନ୍ୟା ଗଜପତିରେ ପହଞ୍ଚିଛି । ପଶ୍ଚିମବଙ୍ଗ ପୋଲିସ ଶିଶୁଟିରୁ ଉଦ୍ଧାର କରିବା ପରେ ଗଜପତି ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରିଛି । ପରବର୍ତ୍ତୀ ମୁହୁର୍ତ୍ତ ଶିଶୁକନ୍ୟାର ଆବଶ୍ୟକ ଥଇଥାନ ଏବଂ ତାହାର ପରିବାର ପାଇଁ ଆବଶ୍ୟକୀୟ ସରକାରୀ ସହଯୋଗ ଯୋଗାଇବାକୁ ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି ।

ଗତ ବର୍ଷ ମାର୍ଚ୍ଚରେ ଖଡଗପୁର ରେଳ ଷ୍ଟେସନ, ପଶ୍ଚିମବଙ୍ଗରୁ ଚାରି ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ମାର୍ଚ୍ଚ 15 ତାରିଖରେ ଶିଶୁ ଟିକୁ ଉଦ୍ଧାର ପରେ ଜିଆରପି ପୋଲିସ, ଖଡଗପୁର ଦ୍ବାରା ଶିଶୁ ମଙ୍ଗଳ ସମିତି, ପଶ୍ଚିମବଙ୍ଗର ମେଦିନାପୁରରେ ଉପସ୍ଥାପନା କରାଯାଇଥିଲା । ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ ମୁତାବକ ଶିଶୁକନ୍ୟା ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର, ପଶ୍ଚିମବଙ୍ଗର ମେଦିନାପୁରରେ ରହିଆସୁଥିଲା ।

ଶିଶୁଟିର ବୟସ ଖୁବ କମ ଥିବାରୁ ତାର ଠିକଣା ପାଇବା କଷ୍ଟ ହୋଇପଡିଥିଲା । କିନ୍ତୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ପଶ୍ଚିମବଙ୍ଗର ମେଦିନାପୁର ତରଫରୁ ବାରମ୍ବାର ବିଭିନ୍ନ ଉପାୟରେ କାଉନସେଲିଂ ପାଇଲା ପରେ ଏକ ଅସ୍ପଷ୍ଟ ଠିକଣା ପୋଲିସ୍ ପାଇଥିଲା । ସେହି ଅସ୍ପଷ୍ଟ ଠିକଣାକୁ ନେଇ ପଶ୍ଚିମବଙ୍ଗର ମେଦିନାପୁର ପ୍ରଶାସନର ପତ୍ର ମାଧ୍ୟମରେ ଗଜପତିରେ ପହଞ୍ଚିଥିଲା ।

ପରବର୍ତ୍ତୀ ସମୟରେ ଅସ୍ପଷ୍ଟ ଠିକଣାକୁ ନେଇ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବାରମ୍ବାର ଚେଷ୍ଟା ପରେ ଶିଶୁକନ୍ୟାର ବାପାଙ୍କ ପାଖରେ ପହଞ୍ଚି ପାରିଥିଲା । ଏହି ଖବର ପତ୍ର ମାଧ୍ୟମରେ ପଶ୍ଚିମ ମେଦିନାପୁରର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଲା ପରେ ସେଠାକାର ଏକ ଚାରିଜଣିଆ ପୋଲିସ୍ ଟିମ୍ ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମାଜସେବୀ ରାଜୀବ ମଲ୍ଲିକ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଆୟା ଶିଶୁକନ୍ୟାକୁ ନେଇ ସୁଦୂର ପଶ୍ଚିମ ବଙ୍ଗର ମେଦିନାପୁରରୁ ପାରଳାଖେମୁଣ୍ଡିରେ ପହଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here