କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

0
437

କବିସୂର୍ଯ୍ୟନଗର(ଜଗନ୍ନାଥ ସାହୁ) ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଅର୍ଜୁନପଲ୍ଲୀ ଓ ପଥରାପଲ୍ଲୀ ଗାଁ ନିକଟ ରାସ୍ତା ର ଏକ କାଜୁ ଜଙ୍ଗଲରେ ଏଭଳି ଘଟଣା ନଜରକୁ ଆସିବା ପରେ , ସଂପୃକ୍ତ ସ୍ଥାନରେ ପୋଲିସ ପହଞ୍ଚିଛି । ମୃତ ମହିଳା ଙ୍କ ପରିଚୟ ଜଣାପଡିନଥିବା ବେଳେ , ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଏବଂ ଏହାକୁ ଆତ୍ମହତ୍ୟା ର ରୂପ ଦେବାପାଇଁ ଉଦ୍ୟମ ହୋଇଥାଇପାରେ ବୋଲି , ପାରିପାର୍ଶ୍ବିକ ଅବସ୍ଥାରୁ ସନ୍ଧେହ କରାଯାଉଛି । ରାତି ହୋଇଯିବାରୁ , ବୁଧବାର ଦିନ ସାଇଣ୍ଟିଫିକ୍ ଟିମ୍ ର ସହାୟତା ରେ ତଦନ୍ତ ଆରମ୍ଭ ହେବ ବୋଲି , କବିସୂର୍ଯ୍ୟନଗର ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ତଦନ୍ତ ପରେ ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here