ଆବଶ୍ୟକ ଡାକ୍ତର ପଦବୀ ପୂରଣ କର : ଏମଏଏସଏମ

0
310

ବ୍ରହ୍ମପୁର() ଆୟୁଷ ଡାକ୍ତରଙ୍କୁ ଆଧୁନିକ ଅସ୍ତ୍ରୋପଚାର (ସର୍ଜରୀ )ଅନୁମତି ଦିଆଯିବା ନିଷ୍ପତ୍ତିକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦୃଢ ବିରୋଧ କରିଛି l ଭାରତ ସରକାରଙ୍କ ଆୟୁଷ ବିଭାଗର କେନ୍ଦ୍ରୀୟ ଚିକିତ୍ସା ପରିଷଦ ପକ୍ଷରୁ ବିଜ୍ଞପ୍ତି ଯଦି କାର୍ଯ୍ୟକାରି ହୁଏ ତେବେ ଜନସାଧାରଣଙ୍କ ଜୀବନ ବିପଦପୁର୍ଣ ହୋଇପଡିବ l* *ଅସ୍ତ୍ରୋପଚାର(ସର୍ଜରୀ ) ସମ୍ବନ୍ଧୀୟବିଶେଷ ଶିକ୍ଷାଦାନ ବ୍ୟବସ୍ଥା କୌଣସି ଆୟୁର୍ବେଦ କଲେଜରେ ନଥିବା ସତ୍ୱେ ଏଠାରୁ ପାସ କରିଥିବା ଆୟୁଷ ଡାକ୍ତରଙ୍କୁ ଅସ୍ତ୍ରୋପଚାର କରିବା ଅନୁମତି ଦିଆଯିବା ନିଷ୍ପତ୍ତି ଚିକିତ୍ସାକ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅବହେଳାର ଆଉ ଏକ ନମୁନା ସ୍ପଷ୍ଟ ହୋଇଛି l* *ଅନ୍ୟ ପକ୍ଷରେ ଜଣେ ଏମବିବିଏସ ଡାକ୍ତରଙ୍କୁ ଅସ୍ତ୍ରୋପଚାର ଦକ୍ଷତା ହାସଲପାଇଁ ଆଧୁନିକ ସର୍ଜରୀ ସହ ଏମଏସ ତଥା ଏମସିଏଚ ଡିଗ୍ରୀ ଓ ଆନାଟୋମି ବିଷୟ ପଢିବା ସହ ପ୍ରାକ୍ଟିକାଲର ଜ୍ଞାନ ହାସଲ କରିବାକୁ ପଢିଥାଏ I ଏହିପରି 12ବର୍ଷର ଅସ୍ତ୍ରୋପଚାର ଜ୍ଞାନ ହାସଲକରିବାକୁ ପଢେ I* *ବର୍ତମାନ ଦେଶର ସମସ୍ତ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ପଦବୀ ଖାଲି ପଡ଼ିଥିବାବେଳେ ଚିକିତ୍ସାରେ ଗୁରୁତର ତୃଟି ଦେଖାଯାଉଛି ଓ ଜେନତେନପ୍ରକାରେ ଜୀବନ ବଞ୍ଚାଇବାକୁ ଆର୍ଥିକ ସ୍ଵଛଳ ଥିବା ରୋଗୀମାନେ କେବଳ ଘରୋଇ ହସ୍ପିଟାଲକୁ ଯିବା ସକ୍ଷମ ହୋଇପାରୁଛନ୍ତି ଏବଂ ଗରିବ ମଧ୍ୟବର୍ତ୍ତୀ ଶ୍ରେଣୀର ରୋଗୀମାନେ ଅକାଳମୃତ୍ୟୁର ଶିକାର ହେଉଛନ୍ତି l* *ଗ୍ରାମାଞ୍ଚଳରେ ଡାକ୍ତରଙ୍କ ଅଭାବରେ ଚିକିତ୍ସାଗତ ଅବହେଳା ଚରମସୀମାରେ ପହଁଚିଛି l ଏହି ଜଘନ୍ୟ ପରିସ୍ଥିତିକୁ ସଜାଡ଼ିବା ପାଇଁ ଡାକ୍ତର ପଦବୀ ପୂରଣ ପାଇଁ ଦାବୀ ହେଉଥିବାବେଳେ କେନ୍ଦ୍ର ସରକାର ଏହାକୁ ବିଭ୍ରାନ୍ତ କରିବାକୁ ଯାଇ ଆୟୁଷ ଡାକ୍ତରଙ୍କୁ ଅସ୍ତ୍ରୋପଚାରର ଅନୁମତି ଦେଇଛନ୍ତି l* *ଆୟୁଷ ବିଭାଗର କେନ୍ଦ୍ରୀୟ ଚିକିତ୍ସା ପରିଷଦ ପକ୍ଷରୁ ପ୍ରକାଶ ପାଇଥିବା ଏହି ଚିକିତ୍ସାଶାସ୍ତ୍ର ବିରୋଧୀ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟlହାର କରିବା ଦାବିରେ ଇଣ୍ଡିଆନ ମେଡିକାଲ ଏସୋସିଏସନ (IMA)ଆରମ୍ଭ କରିଥିବା ଆନ୍ଦୋଳନକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ସମର୍ଥନ କରିଛି I* *ଡିସେମ୍ବର 11ତାରିଖରେ ଆଇଏମଏ ପକ୍ଷରୁ ଡାକରା ଦିଆଯାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସହଯୋଗ କରିବା ପାଇଁ ଜନଗଣଙ୍କୁ ଅନୁରୋଧ କରିବାସହ ଜରୁରୀ ଚିକିତ୍ସା ଜାରି ରଖିବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ନିବେଦନ କରିଛନ୍ତି I

LEAVE A REPLY

Please enter your comment!
Please enter your name here