ଗୁଣି ଗାରେଡି ସନ୍ଦେହରେ ହତ୍ୟା ଉଦ୍ୟମ

0
285

ମୋହନା(ଅଂଶୁମାନ ପଣ୍ଡା) ଗଜପତି ଜିଲ୍ଲାରେ ପୁଣି ଗୁଣି ଗାରିଡିକୁ ନେଇ ଅନ୍ଧ ବିଶ୍ୱାସରେ ବୁଡି ରହିଛନ୍ତି ଅନେକ ଆଦିବାସୀ ବହୁଳ ଗାଁ । ଗୁଣି ଗାରେଡି ସନ୍ଦେହରେ କେତେ ଜେ ମୁଣ୍ଡ ଗଡୁଛି , ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅଡବା ଥାନା ଅନ୍ତର୍ଗତ ଜାଡୁଙ୍ଗୀ ଗ୍ରାମରେ । ଘଟଣାରୁ ପ୍ରକାଶ ରବିବାର ଦିନ ଜାଡୁଙ୍ଗୀ ଗ୍ରାମର ପାଷ୍ଟର ଡମ୍ବୁରୁଧର ମାଝୀ (୩୩) ନିଜ ଗ୍ରାମରୁ କରଡାବାଡି ପ୍ରାର୍ଥନା କରିବା ପାଇଁ ଯାଉଥିବା ବେଳେ ସାରୁମେରା ନିକଟରେ ୩ ଜଣ ବନ୍ଧୁକରେ ଗୁଳି ଫୁଟାଇ ଥିଲେ । ତାଙ୍କ ଦେହରେ ଗୁଳି ନବାଜି ବାଇକରେ ଯାଇ ବାଜିଥିଲା । ଯାହାରି ଫଳରେ ଘଟଣାସ୍ଥଳରେ ବାଇକ ତଳେ ପକାଇ ଜୀବନ ବଂଚାଇବା ପାଇଁ ଦୌଡିବା ବେଳେ ୨ ଜଣ ରାସ୍ତାରେ ଅଟକାଇ ମୁଣ୍ଡରେ ପଥରମାଡ କରିଥିଲେ । ସେଠାରୁ ଦୌଡି ଆସି ବ୍ରାହ୍ମଣିଗାଁ ମେଡିକାଲରେ ଚିକିତ୍ସା ହୋଇ ଅଡବା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗରେ ଲେଖିଥିଲେ ଉକ୍ତ ଗ୍ରାମର ପ୍ରମୋଦ ଆଲିସ ସାଗର ମାଝୀ ଓ ତାଙ୍କ ସହ ୨ ଜଣ ମିଶି ଚର୍ଚ୍ଚକୁ ଯିବା ସମୟରେ ବନ୍ଧୁକରେ ଗୁଳି ଫୁଟାଇଥିଲେ । ଏନେଇ ଅଡବା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ବେଳେ ୨ଟି ଗୁଳିର ଖୋକା ଜବତ କରିବା ସହ ଏକ ମାମଲା ରୁଜୁ କରିଛି । ଏହା ସହ ଚାଳକଙ୍କ ବାଇକଙ୍କୁ ଜବତ କରିଛି । ଚାଳକଙ୍କ ମୋବାଇଲ ଦୁର୍ବୁତ ମାନେ ନେଇ ଯାଇଥିବା ଅଭିଯୋଗ ରହିଛି । ଥାନା ପକ୍ଷରୁ ସୂଚନା ପ୍ରକାରେ ସାଗର ମାଝୀଙ୍କ ଅଗଷ୍ଟ ମାସ ୨୭ ତାରିଖରେ ଏକ ୯ ମାସର ପୁଅ ମରିଯାଇଥିବାରୁ ସାଗର ଡମ୍ବୁରୁଧର ଓ ତାଙ୍କ ବାପାଙ୍କୁ ଗୁଣି ଗାରିଡି କରୁଥିବା ନେଇ ମନରେ ରାଗ ସୃଷ୍ଟି ହୋଇଥିଲା ଯାହାକୁ ନେଇ ଗ୍ରାମରେ ଏକ ବୈଠକ ଡାକି ସମାଧାନ କରାଯାଇଥିଲା । ସମାଧାନ ପରେ ଉଭୟେ ହାତ ମିଳାଇ ସେଠାରୁ ଫେରିଥିଲେ । ବୈଠକର ନିର୍ଦ୍ଧେଶକ୍ରମେ ଗ୍ରାମବାସୀଙ୍କୁ ଭୋଜି ଭାତ କରିଦେବା ପାଇଁ ଡମ୍ବୁରୁର ପରିବାରଙ୍କୁ କୁହାଯାଇଥିଲା ପରେ ସେହି ଭୋଜି ଭାତ ପାଇଁ ଗ୍ରାମବାସୀ ମନାକରିଦେଇଥିଲେ । ଯାହାରି ଫଳରେ ଗୁଣି ଗାରିଡିକୁ ସନ୍ଦେହକରି ଜୀବନରୁ ମାରିଦେବା ପାଇଁ ଫୁଟାଇଥିବା ବନ୍ଧୁକ ମୁନରୁ ଅଳ୍ପକେ ବର୍ତିଗଲେ ଚାଳକ ଡମ୍ବୁରୁଧର । ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ତୁରନ୍ତ ଧରାଯିବ ବୋଲି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଅନ୍ୟପଟେ ଭୟରେ ଡମ୍ବୁରୁର ପରିବାରର ଆଖିରୁ ଭୋକ, ଶୋଷ ଓ ନିଦ ହଜିଯାଇଛି । ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here