କ୍ୟାନ୍ସର ପୀଡିତ ରାଜୁ ନାୟକଙ୍କୁ ସହାୟତାର ହାତ ବଢ଼ାଇ ଲେ ମାରୁତି ସେନା

0
313

ଧରାକୋଟ(କାଳୁ ଚରଣ ମହାପାତ୍ର) ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ଗ୍ରାମ ପଂଚାୟତ ଚମ୍ପାପଲ୍ଲୀ ଗ୍ରାମ ର କ୍ୟାନ୍ସର ପୀଡିତ ରାଜୁ ନାୟକ (54)ପିତା ନିରାକାର ନାୟକ ଙ୍କୁ ସହାୟତା ର ହାତ ବଢ଼ାଇ ଲେ ବେଙ୍ଗଲୋର ରେ ଥିବା ମାରୁତି ସେନା ର ପ୍ରତାପ ବେହେରା l ପ୍ରତାପ ବେହେରା ଙ୍କ ନେତୃତ୍ୱ କ୍ରମେ ମାରୁତି ସେନା ଗଞ୍ଜାମ ତରଫରୁ ଅଶ୍ୱିନୀ କୁମାର ଭଞ୍ଜ, ସଂଜିତ କୁମାର ସ୍ୱାଇଁ, ପି ରାଜୀବ ପାତ୍ର, ଗିରିଜା ଶଙ୍କର ମହାପାତ୍ର ପ୍ରମୁଖ ଚମ୍ପାପଲ୍ଲୀ ଗ୍ରାମ ରେ ପହଂଚି ପୀଡିତ ରାଜୁ ନାୟକ ଙ୍କୁ କିଛି ଶୁଖିଲା ଖାଦ୍ୟ, ପୋଷାକ, କଞ୍ଚା ପରିବା ଗୋସରି ସାମଗ୍ରୀ ଓ ନିତ୍ୟ ବ୍ୟବହାର ସାମଗ୍ରୀ ଦେଇ ଥିଲେ l ସୂଚନା ଥାଉ କି ରାଜୁ ନାୟକ ଙ୍କୁ ନଅ ମାସ ହେବ କ୍ୟାନ୍ସର ରୋଗ ରେ ପୀଡିତ ଅଛନ୍ତି l ପରିବାର କହିଲେ ରାଜୁ ଙ୍କ ସହ ସ୍ତ୍ରୀ ଓ ତିନୋଟି ପୁଅ କିନ୍ତୁ ରୋଜଗାର କରି ବାକୁ କେହି ନାହାନ୍ତି l ଏହି ପରିବାର ଟି ସରକାରି ଯୋଜନା ରୂ ମଧ୍ୟ୍ୟ ବଞ୍ଚିତ l ଅଧିକ ଚିକିତ୍ସା ହେତୁ ବାଙ୍ଗାଲୋର ଯିବା ପାଇଁ ମାରୁତି ସେନା ଗଞ୍ଜାମ ର ଷଦସ୍ୟମାନେ ତାଙ୍କ ପରିବାର କୁ ଅନୁରୋଧ କରି ଥିଲେ l ମାରୁତି ସେନା ତରଫ ରୂ ଅନୁରୋଧ ଏହିକି ଖବର ପ୍ରସାର ପରେ ଏହି ପରିବାର ଟିକୁ ରାଜୁ ଙ୍କ ଚିକିତ୍ସା କେଉଁ ଭଳି ହେବ ସରକାର ଓ ଯେକୌଣସି ଟ୍ରଷ୍ଟ ହେଉ ବା ଯେକୌଣସି ବ୍ୟକ୍ତି ସାହାଯ୍ୟ କରି ଲେ ଏହି ପରିବାର ଟି ଉପକୃତ ହେବ l

LEAVE A REPLY

Please enter your comment!
Please enter your name here