କୂଅ ଭିତରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର।

0
434

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଭୋଜି ଖାଇବାକୁ ଘରୁ ଡାକି ନେଇ ଯୁବକ ଙ୍କୁ ହତ୍ୟା ଅଭିଯୋଗ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଂଚଳରେ। ସ୍ଥାନୀୟ ଯୁଧିଷ୍ଠିର ବିଦ୍ୟାପୀଠ ପଛପଟ ଏକ ପରିତ୍ୟକ୍ତ କୂଅରୁ ହାତଗୋଡ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ।ମୃତକ ଜଣକ ହେଲେ ଜଗନ୍ନାଥପ୍ରସାଦ ଜଳି ସାହି ର ଶଙ୍କର ମହାନ୍ତି।ସୂଚନା ମୁତାବକ ଗଲାଦୁଇ ଦିନ ତଳେ ଶଙ୍କର କୁ ତାଙ୍କ ସାଙ୍ଗ ଭୋଜି ଖାଇବାକୁ ଘରୁ ଡାକି ନେଇଥିଲେ। ହେଲେ ଶଙ୍କର ଆଉ ଘରକୁ ଫେରିନଥିଲେ।ଶଙ୍କରଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏକ କୂଅରେ ଚପଲ ଟି ଭାସୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଜଗନ୍ନାଥପ୍ରସାଦ ଥାନା କୁ ଖବର ଦେଇଥିଲେ ପରିବାର ଲୋକେ। ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ମୃତଦେହ ଟିକୁ କୂଅରୁ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ପୋଲିସ ଅଧିକା ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here