ଭଞ୍ଜନଗର – ଫୁଲବାଣୀ ଜାତୀୟ ରାଜପଥରେ ରାଜ କରୁଛି ଦନ୍ତା

0
538

ଭଞ୍ଜନଗର(ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ବନାଞ୍ଚଳରେ ଏକ ଦନ୍ତାହାତୀର ଉପଦ୍ରବ ବୃଦ୍ଧି ପାଇଛି। ଗଲା ତିନି ଚାରି ଦିନ ହେବ ଦନ୍ତାହାତୀ ଟି ମୁଜାଗଡ ନିକଟ ନିଧିଆପଲ୍ଲୀ ଏବଂ ଖାରିଗୁଡା ରାସ୍ତାପାର ହେଉଥିବା ଦେଖିବାକୁ ମିଳୁଛି। ଦନ୍ତାଟି ସବୁବେଳେ ମୁଜାଗଡ ବନାଞ୍ଚଳରେ ରହୁଥିବା ବେଳେ ଗଲା କିଛି ଦିନ ହେଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତା ପାର ହେଉଥିବା ବେଳେ ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକ ମାନଙ୍କ ମଧ୍ୟରେ ଭୟର ବାତା ବରଣ ସୃଷ୍ଟି ହୋଇଛି।ଆଜି ମଧ୍ୟ ଅପରାହ୍ନ ସମୟରେ ହାତୀଟି ମୁଜାଗଡ ନିକଟରେ ବିରିକୋଟ ଜଙ୍ଗଲ ଆଡକୁ ଯାଇଥିବା ବେଳେ ଜାତୀୟ ରାଜପଥର ଉଭୟ ପଟେ ଶତାଧିକ ଲୋକ ଜମା ହୋଇ ରହିଥିଲେ। ରାସ୍ତାର ଉଭୟ ପଟେ ଲୋକ ମାନେ ଜମା ହୋଇ ରହୁଥିଲେ ମଧ୍ୟ ଦନ୍ତାଟି କାହାରି କିଛି କ୍ଷୟକ୍ଷତି କରୁନଥିବା ଦେଖବାକୁ ମିଳିଥିଲା। ଦନ୍ତାହାତୀଟି ବିରିକୋଟ ଜଙ୍ଗଲରୁ ନିଧିଆପଲ୍ଲୀ ଦେଇ ଜୟ ମଙ୍ଗଳ ପଟକୁ ଯାଉଥିବା ବେଳେ ରାତିରେ ମଧ୍ୟ ସେହି ରାସ୍ତାଦେଇ ବିରିକୋଟ ଜଙ୍ଗଲକୁ ଫେରୁଥିବା ସେହି ରାସ୍ତା ଦେଇ ଯାଉଥିବା ଲୋକ ମାନେ ହାତୀକୁ ଅତି ନିକଟରୁ ଦେଖୁଥିବା ପ୍ରକାଶ କରିଛନ୍ତି। ତେବେ ଗଲା କିଛି ଦିନ ତଳେ ହାତୀ ଆକ୍ରମଣରେ ଗାଲେରି ନୂଆପଲି ଅଂଚଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେହି ହୃଦୟ ବିଦାରକ ଘଟଣା ମନରୁ ନ ଲିଭୁଣୁ ଏକୁଟିଆ ଦନ୍ତାକୁ ଦେଖି ସ୍ଥାନିୟ ଲୋକ ଭୟଭୀତ ହୋଇଥିବା ବେଳେ ହାତୀକୁ ସୁରକ୍ଷା ଦେବା ବନ ବିଭାଗ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି

LEAVE A REPLY

Please enter your comment!
Please enter your name here