ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବଡ଼ାଖାନା କାର୍ଯ୍ୟକ୍ରମ

0
284

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ବେଲଗୁଣ୍ଠା ସହରର ସୌନ୍ଦର୍ଯ୍ୟ ବୃ୍ଦ୍ଧି ଏବଂ ସ୍ଵଚ୍ଛତାର ମୁଖ୍ୟ କର୍ଣ୍ଣଧାର ସାଜିଥିବା ସଫେଇ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ବେଲଗୁଣ୍ଠା ଏନ୍ଏସିରେ ‘ବଡ଼ାଖାନା’ ନାମରେ ଏକ ଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାବେ ତହସିଲଦାର ସରୋଜ କୁମାର ବେହେରା ଏବଂ ସମ୍ମାନୀତ ଅତିଥି ଭାବେ ଏନ୍ଏସି କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର ଯୋଗଦେଇ ନିଜ ହାତରେ ସଫେଇ କର୍ମଚାରୀମାନଙ୍କୁ ଖାଦ୍ୟ ପରଶି ସେମାନଙ୍କର ଉତ୍ସାହିତ କରିଥିଲେ I ଏନ୍ଏସିର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ବ୍ୟାଟେରୀ ଚାଳିତ ଯାନର ଉଦ୍ଘାଟନ କରିଥିଲେ I ପ୍ରକାଶ ଥାଉକି ଏହି ଯାନକୁ ଏସ୍ଏଚଜି ଦ୍ୱାରା ନିଯୁକ୍ତ ମହିଳାମାନେ ଚଳାଇ ପ୍ରତି ଘର ଆଗରୁ ଆବର୍ଜନା ସଂଗ୍ରହ କରିବେ I ଏହା ସହିତ ବିଧାୟକ ଶ୍ରୀ ସ୍ୱାଇଁ ଏକ ଶୁଷ୍କ ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ୍,ଏକ ଓଦା ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ୍, ମେଦିରି ସାହିରେ ଏକ ପରିଚୟ ଗୃହ, ଏବଂ ବିଧାୟକ ପାଣ୍ଠିରୁ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକ ୟୁଥ୍ କ୍ଲବ୍ ଗୃହକୁ ଉଦ୍ଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସ୍ୱାଇଁ, ତହସିଲଦାର ଶ୍ରୀ ବେହେରା, କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ପାତ୍ର, ପ୍ରଫୁଲ୍ଲ ଷଡ଼ଙ୍ଗୀ, ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର, ପୂର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ ଏବଂ ଏନ୍ଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଶାନ୍ତ ସାହୁଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ଯ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ପରିଷଦର କନିଷ୍ଠ ଯନ୍ତ୍ରୀ ବିଶ୍ୱ ରଞ୍ଜନ ଜେନା, ସାନିଟାରୀ ଏକ୍ସପର୍ଟ ପ୍ରବୀଣ କୁମାର, ସୁଶାନ୍ତ ମିଶ୍ର,ଗୟାଚାନ୍ଦ ସାହୁ,ସନ୍ତୋଷ କୁମାର ପଣ୍ଡା, ବାବୁଲା ଗୌଡ ପ୍ରମୁଖ ସହଯୋଗ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟ ନିର୍ବାହି ଅଧିକାରୀ ଶ୍ରୀ ପାତ୍ର ସଂଯୋଜନା କରିଥିଲେ I

LEAVE A REPLY

Please enter your comment!
Please enter your name here