ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ର କାର୍ଯ୍ୟକାରିଣୀ ବୈଠକ

0
324

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ସମ୍ବାଦ ସାହିତ୍ୟ ଘରର କାର୍ଯ୍ୟକାରିଣୀ ବୈଠକ ସଂଗଠନ ସଂପାଦକ ବିଶ୍ବମ୍ବର ଜେନା ଙ୍କ ଆବାହକତ୍ବରେ ଭଞ୍ଜ ସାହିତ୍ୟ ପରିଷଦ ସ୍ଥିତ ତାଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ପୂର୍ବତନ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ସଭାପତିତ୍ବ କରିଥିବା ବେଳେ ,ଉପସଭାପତି ନେତାଜୀ ବିଷୋୟୀ, ସଂପାଦକ ସନ୍ତୋଷ ଜେନା, କୋଷାଧ୍ୟକ୍ଷ ତ୍ରିନାଥ ବେହେରା, ସହ ସଂପାଦକ ଡକ୍ଟର ଗୁରୁମୂର୍ତ୍ତୀ ନାୟକ, ସାଂସ୍କୃତିକ ସଂପାଦକ ଅଶୋକ କୁମାର ସ୍ବାଇଁ ଓ ଦୁର୍ଗାମାଧବ ଦାସ, ବରିଷ୍ଠ ସଦସ୍ୟ ବାଳକୃଷ୍ଣ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକାରିଣୀ ବୈଠକରେ ସାହତ୍ୟ ଘର ତରଫରୁ ଆଗକୁ କିଛି କାର୍ଯ୍ୟକ୍ରମ ଆୟୋଜନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଗତ ସପ୍ତାହେ ବ୍ୟାପି ଚକରା ବିଷୋୟୀ ଜୟନ୍ତୀ ପାଳନ ସଫଳ ହୋଇଥିବାରୁ ସଭାପତି ଖୁସି ବ୍ୟକ୍ତ କରିଥିଲେ । ଆଗାମୀ ଭଞ୍ଜ ଜୟନ୍ତୀ ପାଳନ ପାଇଁ ଏଥିରେ ଯୋଜନା କରାଯାଇଥିଲା । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଆସନ୍ତା ଶ୍ରୀ ପଞ୍ଚମୀର ପାଞ୍ଚ ଦିନ ପୂର୍ବରୁ ଭଞ୍ଜନଗର ସାହିତ୍ୟ ଘର ତରଫରୁ ବିଭିନ୍ନ ସ୍କୁଲ ଓ କଲେଜ କୁ ଯାଇ ଭଞ୍ଜ ଜୟନ୍ତୀ ପାଳନ ସହ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ଆଲୋଚନା କରି ନୂତନ ପିଢୀ ଙ୍କ ପାଖରେ ଭଞ୍ଜଙ୍କୁ ପରିଚିତ କରାଇବା ସହ ଓଡିଆ ଭାଷା ସାହିତ୍ୟ ର ପ୍ରଚାର ପ୍ରସାର କରିବାକୁ ନିଷ୍ଷତ୍ତି ନିଆଯାଇଛି । ସେହିପରି ଆଗାମୀ ମାର୍ଚ୍ଚ ମାସରେ ସାହିତ୍ୟ ଘର ର ବାର୍ଷିକ ଉତ୍ସବ ପାଳନ ସହ ମୁଖପତ୍ର ଘୁମୁସର ଉନ୍ମୋଚନ କରାଯିବ ବୋଲି ସ୍ଥିର କରାଯାଇଛି । ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ଭଞ୍ଜନଗର ବନ ବିହାର ପରିସରରେ ବଣ ଭୋଜି ସହ ବନ୍ଧୁମିଳନ ଓ କବିତା ଆସର କରାଯିବା ପାଇଁ ଏହି କାର୍ଯ୍ୟକାରିଣୀ ବୈଠକରେ ନିଷ୍ଷତ୍ତି ହୋଇଛି । ଶେଷରେ ଉପ ସଭାପତି ନେତାଜୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here