ଗୋଟିଏ ପରିବାର ୨ଜଣଙ୍କ ମୃତ୍ୟୁ ଘଟଣା ରେ ଡାବୁଗାଁରେ କ୍ୟାଣ୍ଡେଲ ରାଲି ସହ ଦୋକାନ ବଜାର ବନ୍ଦ

0
680

ଡାବୁଗାଁ (ଗଗନ ଗନ୍ତାୟତ) ନବରଙ୍ଗପୁର ଗତ ଗୁରୁବାର ବିଳମ୍ବିତ ରାତ୍ରରେ ଡାବୁଗାଁ ବ୍ଲକ ସାମ୍ବାଦିକ ସତ୍ୟଜିତ ମାଦଳା (ଜିତୁ) ତା ବାପା ରାମେଶ୍ବର ମାଦଳା , ଡାବୁଗାଁ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ରାକେଶ ହେମ୍ବ୍ରମ ଓ ଭୀମ ହରିଜନ ଏକ ଇନୋଭା କାର ରେ ଭୁବନେଶ୍ୱର ଯିବା ବାଟରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ସାଗର ପାଲି ଛକ ନିକଟରେ ଏକ ଗଛକୁ କାରଟି ଭାରସାମ୍ୟ ହରାଇ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ସତ୍ୟଜିତ( ଜିତୁ) ଓ ବ୍ୟାଙ୍କ ମ୍ୟାନେଜର ରାକେଶ ହେମ୍ବ୍ରମ ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ହୋଇଥିବା ସତ୍ୟଜିତ ଙ୍କ ବାପା ରାମେଶ୍ବର ମାଦଳା ଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା |ଅନ୍ୟ ଜଣେ ଭୀମ ହରିଜନ ଗୁରୁ ତର ଆହତ ହୋଇ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛି | ତେବେ ଅଚାନକ ଏପରି ଦୁର୍ଘଟଣା ଘଟି ଡାବୁଗାଁ ର ଗୋଟିଏ ପରିବାର ର ବାପା ଓ ପୁଅ ଙ୍କ ମୃତ୍ୟୁ ପରେ ଡା ବୁଗାଁ ବାସି ସ୍ତମ୍ଭିଭୂତ ହୋଇଯାଇଥିଲେ | ଗତକାଲି ରାତ୍ର ପ୍ରାୟ ୧୦ ଘଣ୍ଟ ସମୟରେ ଉଭୟ ବାପା ଓ ପୁଅ ର ମର ଶରୀର ଡାବୁଗାଁ ନୁଆଗୁଡ଼ା ସ୍ଥିତ ସତ୍ୟଜିତ ଙ୍କ ଘର ସମ୍ମୁଖରେ ପହଞ୍ଚିବା ପରେ ଅମର ଆତ୍ମାଙ୍କ ଶେଷ ଦର୍ଶନ କରିବାକୁ ତାଙ୍କ ଘର ସମ୍ମୁଖରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା | ସମଗ୍ର ନୁଆଗୁଡ଼ା ଲୋକାରଣ୍ୟ ହୋଇଯାଇଥିଲା | ପ୍ରବଳ ଥଣ୍ଡା କୁ ବୃକ୍ଷେପ ନ କରି ଡାବୁଗାଁ ବାସି ବାପା ଓ ପୁଅ ଙ୍କ ଶେଷ ଦର୍ଶନ କରିଥିଲେ | ଆଜି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଉଭୟ ବାପା ଓ ପୁଅ ଙ୍କ ସମ୍ମାନାର୍ଥେ ସମ୍ପୂର୍ଣ୍ଣ ଡାବୁଗାଁ ରେ ବଣିକ ସଂଘ ତରଫରୁ ଗୋଟିଏ ଓଳି ଦୋକାନ ବଜାର ବନ୍ଦ କରାଯାଇଥିଲା | ଗାଡି ମୋଟର ସ୍ଵାଭାବିକ ଚାଲିଥିବା ବେଳେ ଦୋକାନ ବଜାର ଦିନ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା । ନବରଙ୍ଗପୁର ଜିଲ୍ଲା ଓୟୁଜେ ସାମ୍ବାଦିକ ସଂଘ ତରଫରୁ ମଧ୍ୟ ଆଜି ଡାବୁଗାଁ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ମୃତ୍ୟୁବରଣ କରିଥିବା ସକାଳ ଡାବୁଗାଁ ପ୍ରତିନିଧି ସତ୍ୟଜିତ ମାଦଳା( ଜିତୁ) ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ଦୁଇ ମିନିଟ ର ନୀରବ ପ୍ରାର୍ଥନା କରାଯାଇଥିଲା | ସଂଘ ସଭାପତି ସୁଶାନ୍ତ ବେହେରା ଜଣେ ଯୁବ ସାମ୍ବାଦିକ ସତ୍ୟଜିତ ମାଦଳା ଙ୍କ ମୃତ୍ୟୁ ରେ ଗଭୀର ମର୍ମାହତ ହୋଇଥିବା କହିଥିଲେ | ଏଥିରେ ଜିଲ୍ଲାର ବହୁ ସଂଖ୍ୟାରେ ଓୟୁଜେ ସାମ୍ବାଦିକ ସଂଘ ର କର୍ମକର୍ତ୍ତା ଓ ସଦସ୍ୟ ଯୋଗ ଦେଇଥିଲେ | ଏହାପରେ ମୃତ୍ୟୁବରଣ କରିଥିବା ସତ୍ୟଜିତ ଙ୍କ ନୁଆଗୁଡ଼ା ସ୍ଥିତ ବାସଭବନରେ ଯାଇ ସଂଘ ତରଫରୁ ତାଙ୍କ ପରିବାର କୁ ସମବେଦନା ଦିଆଯାଇଥିଲା | ସନ୍ଧ୍ୟା ୬ ଘଣ୍ଟ ସମୟରେ ଡାବୁଗାଁ ଯୁବଗୋଷ୍ଠୀ ତରଫରୁ ମୃତ୍ୟୁ ବରଣ କରିଥିବା ବାପା ପୁଅ ଓ ଷ୍ଟେଟ ବ୍ୟାଙ୍କ୍ ମ୍ୟାନେଜର ଙ୍କ ସମ୍ମାନାର୍ଥେ ଏକ ବିଶାଳ କେଣ୍ଡେଲ ଶୋଭାଯାତ୍ରା ଡଙ୍ଗରିଗୁଡ଼ା ଶିବ ମନ୍ଦିର ରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କରାଯାଇଥିଲା |

LEAVE A REPLY

Please enter your comment!
Please enter your name here