ପାପଡାହାଣ୍ଡି ଚମ୍ପା ବନରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

0
314

ପାପଡାହାଣ୍ଡି(ନ୍ୟୁଜଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦରମହାକୁମା ନିକଟସ୍ଥ ଚମ୍ପାବନ ରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଧାର କରାଯାଇଛି । ମୃତ ଯୁବକ ଜଣଙ୍କ ହେଲେ ପାପଡାହାଣ୍ଡି ଗ୍ରାମର ର ଦାଶରଥି ଜାନୀ ଙ୍କ ପୁଅ ଶିବ ଯାନୀ । ସୂଚନା ଅନୁଯାୟୀ ଗାତ ତିନି ମାସ ଧରି ଯୁବକ ଜଣଙ୍କ ଉମରକୋଟ ରେ ତାଙ୍କ ସ୍ତ୍ରୀ ଏବଂ ଛୁଆ ସହ ରହିଆସୁଥିଲେ । ଗତକାଲି ସେ ପାପଡାହାଣ୍ଡି କୁ ଆସିଥିଲେ କିନ୍ତୁ ଘରକୁ ଫେରି ନଥିଲେ । କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ପାଖରେ ଥିବା ଚମ୍ପାବନ ରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ସକାଳ ପ୍ରାୟ 7 ଘଣ୍ଟା ସମୟରେ କିଛି ଯୁବକ ଶୌଚ କରିବାକୁ ଯାଇଥିବା ସମୟରେ ଝୁଲନ୍ତା ଅବସ୍ଥାରେ ଶିବ ଜାନୀ ଙ୍କୁ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଶିବଙ୍କ ବାପା ପାପଡାହାଣ୍ଡି ଥାନାରେ ଏକ ଏତଲା ଦେଇଥିଲେ । ଏତଲା କୁ ଭିତ୍ତି କରି ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ଶବ କୁ ଉଧାର କରିଛି ।

LEAVE A REPLY

Please enter your comment!
Please enter your name here