ଭଞ୍ଜନଗରରେ ଆରମ୍ଭ ହେଲା କୋଭିଡ୍ ଟୀକାକରଣ

0
844

ଭଞ୍ଜନଗର(ନିଲୁ ବିଷୋୟୀ ) ସମସ୍ତ ପ୍ରତିକ୍ଷାୟ ଅନ୍ତ ଘଟାଇ ଶେଷ ରେ ଆଜି ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ କୋଭିଡ୍ ଟୀକାକରଣ ନିମନ୍ତେ ଦେଶ ବ୍ୟାପି ଅନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି | ଦେଶ ବ୍ୟାପି ଉଦଘାଟନ ପର ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନା ମଧ୍ୟ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଫିତା କାଟି ଏହାର ଶୁଭାରମ୍ଭ କରିଛନ୍ତି | ପ୍ରଥମେ ମେଡ଼ିକାଲ ଅଧିକ୍ଷକ ଶ୍ରୀ ସୀତାଂଶୁ ଶେଖର ଶତପଥି କୋଭିଡ଼୍ ଟୀକା ନେବା ପରେ ଡାକ୍ତରଖାନା ରଅନ୍ୟ ଡାକ୍ତର ଓ ସ୍ୱାସ୍ଥକର୍ମୀ ମାନେ କୋଭିଡ୍ ଟୀକା ନେଇଛନ୍ତି। ଆଜି କୋଭିଡ୍ ଟୀକା ନିମନ୍ତେ 120 ଜଣ ସ୍ୱାସ୍ଥ୍ୟ କର୍ମୀ ପଞ୍ଜିକରଣ କରିଛନ୍ତି | ସର୍ବମୋଟ 207 ଜଣ ସ୍ୱାସ୍ଥ୍ୟ କର୍ମୀ ପ୍ରଥମ ପର୍ଯ୍ୟାୟ ଟୀକାକରଣ ନିମନ୍ତେ ପଞ୍ଜିକୃତ କରିଛନ୍ତି | କୋଭିଡ୍ ଟୀକା ନିମନ୍ତେ ଡାକ୍ତରଖାନା ତରଫରୁ ସମସ୍ତ ବ୍ୟବସ୍ଥା ଶୃଙ୍ଖଳିତ ଭାବେ କରାଯାଇଛି ।

LEAVE A REPLY

Please enter your comment!
Please enter your name here