ଉପାନ୍ତ ଅଞ୍ଚଳ ନାରୀଗୋଚ୍ଛା ଗ୍ରାମରେ ରେ ଅଗ୍ନିକାଣ୍ଡ; ୨ ଦୋକାନ ଘର ସହ ୫ ବଖରା ଭସ୍ମିଭୂତ, ଲକ୍ଷାଧିକ ଟଙ୍କାର ଧାନ ପୋଡି ପାଉଁଶ

0
318

ଭଞ୍ଜନଗର(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲାର ଉପାନ୍ତ ଅଞ୍ଚଳ ତାରସିଂ ଥାନା ଅଧୀନ ନାରୀଗୋଚ୍ଛ। ଗ୍ରାମର ମିଲସାହି ରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ପୋଡି ପାଉଁଶ ହୋଇ ଯାଇଛି ୨ ପରିବାରର ୫ ବଖରା ଘର। ଆଉ ଜଳି ପୋଡି ପାଉଁଶ ହୋଇଯାଇଛି ସମସ୍ତ ଆସବାପତ୍ର। ଗ୍ରାମର ଋଷି ଗୌଡ,ଭଗବାନ ଡାକୁଆ ଏବଂ ପ୍ରଦୀପ ଦଳବେହେରାଙ୍କ ଧାନ ଖଳାରେ ଗଦା ହୋଇଥିବା ସମସ୍ତ ଧାନ ବସ୍ତା ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଖଳାରେ ରହିଥିବା ଋଷି ଗୌଡଙ୍କ ୧୮୦ ବସ୍ତା,ପ୍ରଦିପ ଦଳବେହେରାଙ୍କ ୪୦ ବସ୍ତା ଏବଂ ଭଗବାନ ଡାକୁଆର ୧୮ ବସ୍ତା ଧାନ ଏହି ଅଗ୍ନିକାଣ୍ଡରେ ପୋଡି ଯାଇଥିବା ଜଣାପଡିଛି। ଏଥିସହ ୨ ଗୋଟି ତେଜରାତି ଦୋକାନରେ ମଧ୍ୟ ନିଆଁ ଲାଗି ସମସ୍ତ ଜିନିଷପତ୍ର ନଷ୍ଟ ହୋଇଯାଇଛି।
ଗ୍ରାମର ଯୋଗେନ୍ଦ୍ର ପ୍ରଧାନ ଏବଂ କିଶୋର ପ୍ରଧାନ ପାଖାପାଖି ଦୁଇଟି ତେଜରାତି ଦୋକାନ କରିଥିବା ବେଳେ ତାହା ମଧ୍ୟ ନିଆଁ ଦାଉରୁ ରକ୍ଷା ପାଇ ନଥିଲା। ଏଥିସହ ଋଷି ଗୌଡଙ୍କ ଘର ଏବଂ କୃଷି ଯନ୍ତ୍ରପାତି ରଖିବା ପାଇଁ କରିଥିବା ଷ୍ଟୋର ରୁମ୍ ଏବଂ ପଙ୍କଜ ସେଠୀଙ୍କ ଘର ୫ ବଖରା ପୋଡି ସଂପୂ୍ର୍ଣ୍ଣ ନଷ୍ଠ ହୋଇଯାଇଛି। ଗୁରୁବାର ଅପରାହ୍ନ ସମୟରେ ନିଆଁ ଲାଗିଥିବା ଦେଖି ଗ୍ରାମବାସୀ ମାନେ ନିଆଁ ଲିଭାଇବା ପାଇଁ ବହୁ ଚେଷ୍ଟା କଲେ ମଧ୍ୟ ତାହା ସମୟକ୍ରମେ ବଢିବାରେ ଲାଗିଥିଲା। ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ପହଂଚି ଦୀର୍ଘ ସମୟ ପରେ ନିଆଁ କୁ ଆୟତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ରାଜସ୍ବ ବିଭାଗର କର୍ମଚାରୀ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ଘର ପୋଡି ଥିବା ବ୍ୟକ୍ତିଙ୍କୁ ଜରିପାଲ ପ୍ରଦାନ କରାଯାଇଥିବା ରାଜସ୍ବ ଅଧିକାରୀ ସୁଶାନ୍ତ କୁମାର ଜାନୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ଅଗ୍ନି ବିପନ୍ନ ଙ୍କୁ ତୁରନ୍ତ ଆବଶ୍ୟକୀୟ ସରକାରୀ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।

LEAVE A REPLY

Please enter your comment!
Please enter your name here