ଜିଲ୍ଲା ସ୍ତରୀୟ ଋଣସୀମା ନିର୍ଦ୍ଧାରଣ କମିଟି (ଡି.ଏଲ୍.ସି.ସି.) ବୈଠକ

0
256

ଛତ୍ରପୁର() ଜିଲ୍ଲା ସ୍ତରୀୟ ଖରିଫ୍ ଫସଲ ୨୦୨୧ ଓ ରବିଫସଲ ୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଋଣସୀମା ନିର୍ଦ୍ଧାରଣ କମିଟି (ଡି.ଏଲ୍.ସି.ସି.) ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଖରିଫ୍ ଫସଲ, ରବି ଫସଲ, ପଶୁସମ୍ପଦ ଓ ମତ୍ସ୍ୟଚାଷ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଜୁନ୍ ମାସ ସୁଦ୍ଧା ସମସ୍ତ ସମବାୟ ସମିତିରେ ସାର ମହଯୁଦ କରି ଚାଷୀଙ୍କ ନିକଟରେ ପହଞ୍ଚାଇବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ବର୍ତ୍ତମାନ ୮୦୦ ହେକ୍ଟର କପାଚାଷ କରାଯାଉଛି ଏହାକୁ ୫୦୦୦ହେକ୍ଟରକୁ ବୃଦ୍ଧି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉନ୍ନତ କିସମର ଆଖୁଚାଷ କରିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେବାପାଇଁ ଓ ସେଥି ନିମନ୍ତେ ଋଣ ଯେପରି ଚାଷୀ ମାନେ ସୁବିଧାରେ ପାଇ ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ କହିଥିଲେ । ଉନ୍ନତମାନର ଗୋପାଳନ କରି ଦୁଗ୍ଧ ସଂଗ୍ରହ ଓ ମତ୍ସ୍ୟ ଚାଷ ନିମନ୍ତେ ଋଣର ବ୍ୟବସ୍ଥା କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ । ସୋସାଇଟିରେ ନୂତନ ଚାଷୀଙ୍କୁ ପଞ୍ଜିକରଣ କରାଇ ଉତ୍ପାଦନ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ବୈଠକରେ ଆସ୍କା ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର କୁମାର ପ୍ରଧାନ, ବ୍ରହ୍ମପୁର ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶୀଲ କୁମାର ଦାଶ, ଡି.ଆର୍.ସି.ସି. ବିଶ୍ବ ରଞ୍ଜନ ଦାଶ, କୃଷି ବିଭାଗର ଉପ ନିର୍ଦ୍ଦେଶକ, ଗଞ୍ଜାମ ଗଜପତି ମିଲ୍କ ୟୁନିୟନ ଜେନେରାଲ୍ ମ୍ୟାନେଜର ବିଶ୍ବ ରଞ୍ଜନ ତ୍ରିପାଠୀ, ଅନ୍ୟାନ୍ୟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ଚାଷୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here