ପୂଜ୍ୟ ପୂଜା ସମିତି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସ ପାଳନ

0
269

ବ୍ରହ୍ମପୁର() ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ର କର୍ଣ୍ଣଧାର ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ 88ତମ ତିରୋଧାନ ଦିବସକୁ ଯଥା ମର୍ଯ୍ୟାଦାର ସହ ପାଳନ କରିଛି ବ୍ରହ୍ମପୁରର ବିଶିଷ୍ଟ ସଂସ୍କୃତିକ ସଂଗଠନ ପୂଜ୍ୟ ପୂଜା ସମିତି l ସ୍ଥାନୀୟ ବିଜିପୁର କାଶୀନାଥ କମ୍ୟୁନିଟି ହଲ ଠାରେ ସମିତିର ସଭାପତି ବଂଶୀଧର ଭୂୟାଁ ଙ୍କ ସଭାପତିତ୍ୱରେ ଆଜି ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି l ଓଡିଶାବାସୀଙ୍କ ସାମାଜିକ ସ୍ଥିତି, ଆର୍ଥିକ ସ୍ଥିତି କୁ ସଜାଡ଼ିବା ସହ ରାଜନୈତିକ ସ୍ଥିତି ଓ ଭୌଗଳିକ ପରିସୀମାକୁ ସୁରକ୍ଷିତ ରଖିବାପାଇଁ ଓଡିଶା ସରକାର ଗୁରୁତ୍ୱ ଦେବା ଆବଶ୍ୟକ l ଓଡିଶା ର ଅନେକ ଅଂଚଳ ବର୍ତମାନ ପଡୋଶୀ ରାଜ୍ୟ ମାନଙ୍କର କବ୍ଜା ରେ ରହିଛି l ଓଡିଶା ମାଟିରେ କୌଣସି ଶିଳ୍ପ ଗଠନ କରିବା ପରିବର୍ତ୍ତେ ମଦନିଗମ ଗଠନ କରି ଓଡିଶାବାସୀଙ୍କୁ ଅଧିକରୁ ଅଧିକ ଗରିବ କରାଯାଉଛି, ସେମାନଙ୍କ ଆର୍ଥିକ ସ୍ଥିତିକୁ ଲୁଣ୍ଠନ କରିବା ସହ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରାଯାଉଛି l ଏଣୁ ମଧୁସୂଦନଙ୍କ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଆଜି ଆଉ ସୁରକ୍ଷିତ ନୁହଁ l ଓଡିଶାବାସୀ ଏଥିପାଇଁ ପୁଣି ଏକାଠି ହେବାର ନିହାତି ପ୍ରୟୋଜନ ରହିଛି l ଆଜି ସୁରେନ୍ଦ୍ରନାଥ ପଣ୍ଡା, ଗଗନ ଚନ୍ଦ୍ର ମଲ୍ଲିକ, ଏସ. କେଶବ ଲିଙ୍ଗମ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ନିରଞ୍ଜନ ପରିଡା, ରାମ ଚନ୍ଦ୍ର ସାହାଣୀ, ଏସ. ଶାମ୍ବାଶିବା ରାଓ,ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here