ଜଗଦଳପୁରରେ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
270

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର)ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଭୁକ୍ତ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରଭୁକ୍ତ ଥିବା ୪ଟି ପଞ୍ଚାୟତର ଗ୍ରାମବାସୀଙ୍କ ପାଇଁ ମଶାରି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏଥିପୂର୍ବରୁ ପ୍ରଥମ ପର୍ଯ୍ୟାୟରେ କଙ୍କିଆ ଓ ସିହଳା ସମେତ ୫ଟି ପଞ୍ଚାୟତରେ ରହୁଥିବା ପରିବାର ଲୋକଙ୍କ ପାଇଁ ଏହି ମଶାରି ବଣ୍ଟନ ହୋଇସାରିଛି।ତେବେ ଦ୍ଵିତୀୟ ପର୍ଯ୍ୟାୟରେ ଜଗଦଳପୁର,ଗୁରୁଣ୍ଠି,ଏବଂ ମହୁଡା ପଞ୍ଚାୟତର କିଛି ଗ୍ରାମବାସୀଙ୍କୁ ଏହି ମଶାରୀ ବଣ୍ଟନ କରାଯାଇଥିବା ନେଇ ସୂଚନା ଦେଇଛନ୍ତି କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭିବିଡିଟିଏସ୍ ପଞ୍ଚାନନ ଦାସ।ବର୍ତ୍ତମାନ ଡେଙ୍ଗୁ, ମ୍ୟାଲେରିଆ ଓ ଫ୍ୟାଲେରୀୟା ପ୍ରଭୃତି ରୋଗରୁ ମୁକ୍ତି ପାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ପ୍ରତ୍ୟେକ ଘରକୁ ଘର ବୁଲି ସର୍ଭେ କରିଥିଲେ।ଏହି ସର୍ଭେ ସରିବା ପରେ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କ ମିଳିତ ସହଯୋଗରେ ଆଜି ଜଗଦଳପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ମଶାରୀ ପ୍ରଦାନ କରାଯାଇଛି।ଏଥିରେ କୁକୁଡ଼ାଖଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ରାମଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସଂମାନିତ ଅତିଥି ରୂପେ ଜଗଦଳପୁର ସରପଞ୍ଚ ହାଡୁବନ୍ଧୁ ବେହେରା ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଜଗଦଳପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସୁପ୍ରଭାଇଜର ଭଗବାନ ମହାପାତ୍ର,ଏଏନ୍ଏମ୍ ଗୀତାଞ୍ଜଳି ସାହୁ, ସ୍ଥାନୀୟ ଅଙ୍ଗନବାଡି କର୍ମୀ ରୋଜି ସେଠି, ବି. ଲିଜା ପାତ୍ର, ବବିତା ନାୟକ, କାଳିଜାଇ ସେଠିଙ୍କ ସମେତ ଆଶା କର୍ମୀ ରଶ୍ମିତା ସେଠି, ମଞ୍ଜୁ ସେଠି, ମିନତୀ ସେଠି ଓ ଭାରତୀ ଦାସ ଏବଂ ବିଦ୍ୟାଳୟ ଶିକ୍ଷକ ସୁବାଷ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।କୁକୁଡ଼ାଖଣ୍ଡି ବ୍ଳକରେ ସର୍ବମୋଟ ୬୭୦୦୦ ଔଷଧ ମିଶ୍ରିତ କୀଟନାଶକ ମଶାରୀ ବଣ୍ଟନ କରିବା ପାଇଁ କାର୍ଯ୍ୟକ୍ରମ ରହିଛି। ତେବେ ଜଗଦଳପୁର ପଞ୍ଚାୟତରେ ୩୪୨୨ ମଶାରୀ ବଣ୍ଟନ କରାଯିବ ଏବଂ ପ୍ରତି ସପ୍ତାହର ଶୁକ୍ରବାର, ଶନିବାର ଓ ରବିବାର ଦିନ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସ୍ୱାସ୍ଥ୍ୟକର୍ମୀ ପଞ୍ଚାନନ ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here