ପ୍ରସିଦ୍ଧ ମାଘ ମଣ୍ଡେଇ ଯାତ୍ର ନିମନ୍ତେ ପ୍ରସ୍ତୁତି ବୈଠକ

0
515

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗ୍ରାମର ସ୍ଥାନୀୟ ଠାକୁରାଣୀ ମନ୍ଦିର ପରିସରରେ ଚଳିତ ବର୍ଷ ହେବାକୁଥିବା ପ୍ରସିଦ୍ଧ ମାଘ ମଣ୍ଡେଇ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଷାଗୁମୁଡା ବିଡ଼ିଓ , କୋଡ଼ିଙ୍ଗା ତହସିଲଦାର , କୋଷାଗୁମୁଡା ଥାନା ଅଧିକାରୀ , କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ , ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ , ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ , ବ୍ଲକ ଯୋଗାଣ ଅଧିକାରୀ , ଅଗ୍ନିଶମ ବିଭାଗ ଅଧିକାରୀ , କୋଷାଗୁମୁଡା ରାଜସ୍ୱ ନିରୀକ୍ଷକ ଯୋଗଦେଇ ଚଳିତ ବର୍ଷ ସରକାର ଘୋଷଣା କରିଥିବା କୋଭିଡ ଗାଇଡ଼ଲାଇନ ଅନୁଯାଇ ମାଘ ମଣ୍ଡେଇ ଯାତ୍ରା କରିବାକୁ ପ୍ରଶାସନିକ ଅଧିକାରୀ ମାନେ କହିଥିଲେ । ଉକ୍ତ ମାଘ ମଣ୍ଡେଇ ଆସନ୍ତା ମାର୍ଚ୍ଚ ୫ ତାରିଖ ଦିନ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ଏଥିରେ ମଣ୍ଡେଇ ପରିଚାଳନା କମିଟି ସଭାପତି ଭାବେ କୋଷାଗୁମୁଡା ସରପଞ୍ଚ ନେତୁ ପୂଜାରୀ ଙ୍କୁ ସର୍ବ ସମ୍ମତି କ୍ରମେ ମୋନାନୀତ କରାଯାଇଥିଲା । ସେହିପରି ଉପସଭାପତି ଭାବେ ଭି . ପ୍ରସାଦ ରାଓ , କୋଷାଧକ୍ଷ ରୂପେ କେ. ଏନ. ରାଜୁ , ସମ୍ପାଦକ ଏମ. ମୋହନ ରାଓ , ସହ ସମ୍ପାଦକ ଜୋତି କୁମ୍ଭାର ପ୍ରମୁଖ ଙ୍କୁ ମନୋନୀତ କରାଯାଇଥିଲା । ବୈଠକରେ ବ୍ଲକ ଅଧକ୍ଷା ଗୀତାମଣି ସମରଥ , ବ୍ଲକ ଉପାଧ୍ୟକ୍ଷ ପଦମ ସାଏ ମାଳି , ଆର. ପ୍ରଭାକର ରାଓ , ସଚ୍ଚିଦାନନ୍ଦ ବିଶୋଇ , ପୁର୍ଣ ଚନ୍ଦ୍ର ଚୌଧୁରୀ , ଭୁବନେଶ୍ୱର ନାୟକ , ମଧୁସୂଦନ ଭତରା , ଆମଜତ ଖାନ , ହରିବନ୍ଧୁ ମାଝୀ ଙ୍କ ସମେତ ମନ୍ଦିର ପୂଜାରୀ , ଶିରା , ଚଲାଣ , ମାଝୀ , ଗାଣ୍ଡା ସହିତ ଶତାଧିକ ଗ୍ରାମବାସୀ ଯୋଗ ଦେଇଥିବା ଜଣାପଡିଛି । ଏହି ମାଘ ମଣ୍ଡେଇ ଯାତ୍ରା ୩ ଦିନ ଧରି ଅନୁଷ୍ଠିତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here