ତାଲୁକା ଆଇନ ସେବା କମିଟି ପକ୍ଷରୁ ବୃକ୍ଷରୋପଣ

0
269

ଗଞ୍ଜାମ:ଦିଗପହଣ୍ଡି ତାଲୁକା ଆଇନ ସେବା କମିଟି ପକ୍ଷରୁ ୭୪ ତମ ବନ ମହୋତ୍ସବ ସପ୍ତାହ ଅବସରରେ ଶନିବାର ଦିନ କୋର୍ଟ ପରିସରରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ଜଣାପଡିଛି । ଦିଗପହଣ୍ଡି ବନବିଭାଗ ସହାୟତାରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟି ଅଧ୍ୟକ୍ଷା ତଥା ଜେଏମ୍ଏଫସି ପ୍ରିୟଦର୍ଶିନୀ ତ୍ରିପାଠୀ ପ୍ରଥମେ ବୃକ୍ଷରୋପଣ କରିଥିଲେ । ପରେ ଉପସ୍ଥିତ ଥିବା ଆଇନଜୀବି, କୋର୍ଟ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ । ବନପାଳ ସନ୍ତୋଷ କୁମାର ବିଷୋୟୀ ରତ୍ନ , ଏପିପି ବିପ୍ଲବ କୁମାର ମୁଦୁଲି , ଆଇନଜୀବୀ ହରପ୍ରସାଦ ରଥ , ସନ୍ତୋଷ କୁମାର ସାହୁ , ସଞ୍ଜୟ କୁମାର ପଣ୍ଡା , ରାଜେନ୍ଦ୍ର କୁମାର ତ୍ରିପାଠୀ , ସିମାଞ୍ଚଳ ପ୍ରଧାନ, କିଶୋର ଚନ୍ଦ୍ର ଗୌଡ , ବିଚାର ବିଭାଗୀୟ କର୍ମଚାରୀ ଅଞ୍ଜଳି ମହାରଣା , ସଶ୍ମିତା ମହାରଣା , ସତ୍ଯ ନାରାୟଣ ପାଢୀ , ଅଶ୍ବିନୀ କୁମାର ପଟ୍ଟନାୟକ , ସଂଗ୍ରାମ କେଶରୀ ପଣ୍ଡା , ବିକ୍ରମ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here