ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଟିବି ମୁକ୍ତ ଗଞ୍ଜାମ ପାଇଁ କାର୍ଯ୍ୟକ୍ରମ

0
338

ଆସିକା(ଜଗନ୍ନାଥ ସାହୁ) ଆସିକା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଟିଭି ହଟେଗା ଦେଶ ବଞ୍ଚେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଜାତୀୟ ଯକ୍ଷ୍ମା ନିରାକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବ୍ଳକ୍ ଚେୟାରମେନ ଶ୍ରୀମାନ ହରେକୃଷ୍ଣ ମଲ୍ଲିକ ପ୍ରଦୀପଷପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ।ଟିବି ରୋଗୀ ମାନଙ୍କୁ ଗ୍ରାମାଞ୍ଚଳରୁ ଚିହ୍ନଟ କରି ଚିକିତ୍ସା ଯୋଗାଇ ଦେବା ପାଇଁ ଟିବିର ଦୁଇଟି ଫୋରମ ଗଠନ କରାଯାଇଅଛି।ଆଶାକର୍ମୀ ମାନଙ୍କ ଦ୍ବାରା ପଫ ନମୁନା ସଂଗ୍ରହ କରି ଏବଂ ଅଗ୍ରାଧିକାର ଭିତିରେ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନିମନ୍ତେ ଆଲୋଚନା ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଆସିକା ବିଡିଓ ରୋଶନ କୁମାର ଶତପଥି,ଉପଖଣ୍ଡ ଚିକିତ୍ସା ଅଧିକାରୀ ଡଃ ଦୀପକ କୁମାର ସାମନ୍ତରାୟ,ସିଡିପିଓ ଭାରତୀ ମହାପାତ୍ର,ଏସଟିଏସ ସଂଗୀତା ରାଣୀ ସ୍ବାଇଁ,ଏସଟିଏଲ ଏସ ବିଶ୍ବଜିତ ସାମନ୍ତରାୟ,ଏଡିଇଓ ପୁର୍ଣ୍ଣଚନ୍ଦ୍ର ପାଢି,ବିଟିଏମ ସରୋଜ ପାଢି,ନିର୍ମଳ,ସୁପରଭାଇଜର ଅମିତ ଦାସ ସମେତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣାର କର୍ମକର୍ତ୍ତା ଓ ଚିକିତ୍ସାଳୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here