ଦୁଇଟି ମାମଲାରେ ପାଞ୍ଚ ଜଣ ଗୀରଫ ଓ ବିପୁଳ ପରିମାଣର ମାରଣାସ୍ତ୍ର ଜବତ। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଛତ୍ରପୁର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର

0
402

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଦୁଇଟି ମାମଲାରେ ପାଞ୍ଚ ଜଣ ଦୂର୍ବୁତ୍ତଙ୍କୁ ଗୀରଫ କରିବା ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଛି ଖଲ୍ଲିକୋଟ ପୋଲିସ। ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କୈରାଶି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଉଷାରାଣୀ ରାଉତଙ୍କ ସ୍ବାମୀ ସନ୍ତୋଷ ରାଉତଙ୍କ ଠାରୁ ୯ ଏମଏମର ଗୋଟିଏ ବନ୍ଧୁକ ଓ ଗୋଟିଏ ଗୁଳି ଜବତ କରାଯାଇଛି। ରାଜନୈତିକ ଶତୃତାର ପ୍ରତିଶୋଧ ନେବାପାଇଁ ରଖିଥିବା ପୋଲିସ ଆଗରେ ସ୍ବିକାର କରିଛନ୍ତି ସନ୍ତୋଷ। ସେହିପରି ୧୬ ନମ୍ବର ଜାତୀୟ ରାଜପଥରେ ବଡଘାଟି ନିକଟରେ ଡକାୟତି କରିବା ପାଇଁ ଛପିଥିବା ଚାରି ଜଣଙ୍କୁ ଖବର ପାଇ ଘେରାଉ କରି କାବୁ କରିବା ସହ ସେମାନଙ୍କ ଠାରୁ ୮ଟି ବନ୍ଧୁକ ଓ ୧୪ଟି ଗୁଳି ଜବତ କରାଯାଇଛି ଏତଦ ବ୍ୟତୀତ ତିନୋଟି ମୋଟର ସାଇକେଲ, ଦୁଇଟି ଖଣ୍ଡା,ତିନୋଟି ମୋବାଇଲ ଓ କିଛି ଲଙ୍କା ଗୁଣ୍ଡ ଜବତ କରାଯାଇଛି। ଗୀରଫ ବ୍ୟକ୍ତି ମାନେ ହେଲେ ସନ୍ତୋଷ ଖଟେଇ,ମୁନାରାମ ଜେନା, ରାଜଗୋପାଳ ମୋହାପାତ୍ର ଓ ଧୀରେନ୍ଦ୍ର ଦାସ। ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏସ ଆଇ ଅମ୍ବିକା ବେଣିଆ,କନେଷ୍ଟବଳ ରୁଦ୍ର ପ୍ରସାଦ ଭଟମିଶ୍ର,ଆର କେ ନାୟକ, ଟିକେ ପ୍ରଧାନ ,ଏସ କେ ନାୟକ ପ୍ରମୁଖ ସାମିଲ ଥିଲେ। ଖଲ୍ଲିକୋଟ ଅଞ୍ଚଳରେ ଦୀର୍ଘ ଦିନ ହେଲା ଆଇନ ଶୃଙ୍ଖଳା ବ୍ୟପର୍ଯ୍ୟସ୍ଥ ଥିବା ବେଳେ ଆଜି ଏକ ସଫଳତା ମିଳିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here