ଭିନ୍ନକ୍ଷମ ବଚନଙ୍କୁ ସହାୟତା ଯୋଗାଇ ଦେଲେ ସମାଜସେବୀ

0
165

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଏରେଣ୍ଡ୍ରା ଗ୍ରାମର ପିତାମାତା ବିହୀନ ଭିନ୍ନକ୍ଷମ ବଚନ ନାୟକଙ୍କୁ ସହାୟତା ଯୋଗାଇ ଦେବାପାଇଁ ଜଣେ ସମାଜସେବୀ ଆଗେଇ ଆସିଥିବା ଜଣାପଡିଛି । ଖବରପ୍ରକାରେ , ସ୍ବର୍ଗତ ସୁଦର୍ଶନ ନାଇକ ଓ ଜମ୍ଭୁ ନାଇକଙ୍କ ୪ ପୁତ୍ରଙ୍କ ମଧ୍ୟରେ ବଚନ ଦ୍ବିତୀୟ ପୁତ୍ର । ପିଲାଟୁ ବେଳୁ ଭିନ୍ନକ୍ଷମ ରହିଥିବା ବେଳେ ସାହାରା ପାଲଟିଛନ୍ତି ସାନଭାଇ ଆକାଶ । ଅନ୍ଯ ଦୁଇ ଭାଇ ଛାଡି ପଳାଇଥିବା ବେଳେ ସାନଭାଇ ହାତକୁ ଧରି ଭିକ୍ଷା ବୃତ୍ତି କରି ଚଳି ଆସୁଛନ୍ତି । ଏପରିକି ଓଳିଏ ଖାଇଲେ ଓଳିଏ ଉପବାସରେ ଦିନ କାଟିଥାନ୍ତି ଦୁଇଭାଇ । ଏଥିସହ ଭଙ୍ଗା ଦଦରା ଘରେ ରହି ଆସୁଥିଲେ ମଧ୍ୟ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ କାହା ବାରଣ୍ଡା ତଳେ ଆଶ୍ରୟ ନେଉଛନ୍ତି । ଯାହାଫଳରେ ଆଜି ସାନଖେମୁଣ୍ଡି ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ବିକାଶ ପଶୁପାଳକ , ସମାଜସେବୀ ପ୍ରଦୀପ ସ୍ବାଇଁ ବଚନଙ୍କ ଘରେ ପହଞ୍ଚି ସହାୟତା ଯୋଗାଇ ଦେବାସହ ସ୍ବଳ୍ପ ସମୟରେ ରହିବା ନିମନ୍ତେ ବାସଗୃହ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here