ବାଇକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର

0
308

ବୁଗୁଡ(ଅନିଲ କୁମାର ମହାରଣା) ବୁଗୁଡା ଥାନା ଅନ୍ତର୍ଗତ ୧୬ ମାଇଲ ନିକଟ ଦଣ୍ଡାସି ବଂଜର ଠାରେ ଏକ ବୋଲର ଗାଡି ଏକ ବାଇକ ଓଆର ୦୭ କିୟୁ ୦୭୯୧ କୁ ଧକ୍କା ଦେଇ ଚାଲିଯିବା ଯୋଗୁଁ ଦୁର୍ଘଟଣା ଘଟି ବାଇକରେ ଯାଉଥିବା ଦୁଇ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣାରୁ ଜଣା ପଡ଼ିଛି, ତାଳସାକର ଗ୍ରାମର ସିଲୁ ପ୍ରଧାନ(୩୫) ଓ ଉଲା ଜେନା (୨୯)ଏକ ବାଇକରେ ୧୬ ମାଇଲ ଦିଗରେ ଆସୁଥିବା ବେଳେ ବିପରୀତ ଦିଗରୁ ଯାଉଥିବା ଏକ ବୋଲର ଗାଡି ଧକ୍କା ଦେବା ଯୋଗୁଁ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବାଇକ ଚଳାଉଥିବା ସିଲୁ ପ୍ରଧାନଙ୍କ ବାମ ଗୋଡ଼ ଭାଙ୍ଗି ନଷ୍ଟ ହୋଇଥିବା ବେଳେ ପଛରେ ବସିଥିବା ଉଲା ଜେନାଙ୍କ ମୁଣ୍ଡରେ ଗଭୀର ଆହତ ଲାଗିଛି। ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here