ବିଜେପିର ପାଞ୍ଚାୟତ ସ୍ତରୀୟ ବନ୍ଧୁ ମିଳନ

0
299

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମ ପଞ୍ଚାୟତ ସ୍ଥରୀୟ ବିଜେପିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମାଣିତରା ମଣ୍ଡଳ ବିଜେପି ସଭାପତି ସୁଶାନ୍ତ କୁମାର ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଳିକ ଯୋଗଦେଇ ବିଜେପି କୁ ସୁଦୃଢ଼ କରିବା ପାଇଁ ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ତ୍ରିଲୋଚନ ସାହୁ, ବୁଗୁଡା ମଣ୍ଡଳ ବିଜେପି ସଭାପତି ସୂର୍ଯ୍ୟନାରାୟଣ ମାହାନ୍ତି, କରଚୁଲିର ବିଷ୍ଣୁ ଚରଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ବହୁ ବିଜେପି ଦଳୀୟ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here