ଧାନର ଅଭାବ ବିକ୍ରି ଯୋଗୁଁ ଗର୍ଜିଲେ ଚାଷୀ ନବରଙ୍ଗପୁର ଜିଲ୍ଲା ମକିଆ ମଣ୍ଡିର ଶତାଧିକ ଚାଷୀ

0
341

କୋଷାଗୁମୁଡା(ଯୋଗେନ୍ଦ୍ର ମହାନ୍ତି) ପାପଡାହାଣ୍ଡି-କୋଷାଗୁମୁଡା ମୁଖ୍ୟ ରାସ୍ତା ଉପରେ ଧାନ ରଖି ରାସ୍ତା ଅବରୋଧ କରିଛନ୍ତି । ଦୀର୍ଘ ଦିନ ଧରି ମଣ୍ଡିରୁ ଧାନ ଉଠୁନଥିଲା । ଏନେଇ ଆଜି ଚାଷୀ ରାସ୍ତା ଅବରୋଧ କରିଛନ୍ତି । ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତା ଅବରୋଧ କରାଯିବ ବୋଲି ଚାଷୀଭାଇମାନେ ଚେତାବନୀ ଦେଇଛନ୍ତି । ତେବେ ରାସ୍ତା ଅବରୋଧ ଫଳରେ ପାପଡାହାଣ୍ଡି-କୋଷାଗୁମୁଡା ଯାତାୟାତ ଠପ୍ ହୋଇଯାଇଛି । ସେହିପରି କୋଡ଼ିଙ୍ଗା ଲ୍ୟାମ୍ପ ରେ ଆଜି ହଜାର ହଜାର ଚାଷୀ ଘେରାଉ କରିଥିଲେ । ଧାନ ମଣ୍ଡି ରେ ଦୁଇ ସପ୍ତାହ ପରେ ମଧ୍ୟ ଧାନ ବିକ୍ରି ନହୋଇ ପଡିରହିଛି । ବାରମ୍ବାର ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ମଧ୍ୟ ଧାନ ଉଠୁ ନାହିଁ , ମିଲରଙ୍କ ଟାର୍ଗେଟ ସାରିଯାଇଥିବା ହେତୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଯଦି ନବରଙ୍ଗପୁର ଜିଲ୍ଲା ରେ ଧାନ ମଣ୍ଡିର ଅବବ୍ୟସ୍ଥା ଶୀଘ୍ର ସୁଧାର ନହେଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ବିଭିନ୍ନ ଚାଷୀ ସଙ୍ଘଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here