ବିଶ୍ୱ କୁଷ୍ଠ ନିରାକରଣ ଦିବସ ପାଳିତ

0
261

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରେ ଜାତୀୟ କୁଷ୍ଠ ନିରାକରଣ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ବାହାରି ସହର ପରିକ୍ରମା କରି କୁଷ୍ଠରୋଗର ନିରାକରଣ ନିମନ୍ତେ ଲୋକଙ୍କୁ ବିଭିନ୍ନ ସଚେତନତାର ବାର୍ତା ପ୍ରଦାନ କରିଥିଲେ । ପରେ ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ଏକ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ଡା କଲ୍ୟାଣି ମିଶ୍ର,ଡା ପ୍ରଶନ୍ନ କୁମାର ତ୍ରିପାଠୀ ,ଏ.ଡି.ଏମ.ଓ ଡା.ପ୍ରଭାକର ସାହୁ,ଡା.ବସନ୍ତ କୁମାର ପାତ୍ର, ଡା.ଶ୍ୟାମପ୍ରସାଦ ପାଣିଗ୍ରାହୀ,ଡି.ପି.ଏମ ଆଶିସ କୁମାର ମହାନ୍ତିଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ । ସମସ୍ତ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଘରଘର ବୁଲି ସର୍ଭେ କରିବା ସହିତ ଏହି ରୋଗକୁ ଚିହ୍ନଟ କରିବା କୁଷ୍ଠ ରୋଗ ବିଷୟରେ ଲୋକଙ୍କ ଭିତରେ ରହିଥିବା ଅନ୍ଧ ବିଶ୍ୱାସକୁ ଦୁର କରିବା ଏବଂ ଗୁଜବକୁ ବିଶ୍ୱାସ ନ କରି ସଠିକ ଚିକିତ୍ସା ଦ୍ୱାରା ଏହାକୁ ଆରୋଗ୍ୟ କରିବା ଭଳି ପରାମର୍ଶ ଦେଇଥିଲେ । ଏହି ଅବସରରେ ଅଙ୍ଗନବାଡି ଏବଂ ଆଶା କର୍ମୀ ମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନୀତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here