୬୮.୧୩ ଲକ୍ଷ ଟଙ୍କା ଜବତକୁ ଭିତିକରି ସୁନାବ୍ୟାବସାୟୀଙ୍କ ଘରେ ଆୟକର ବିଭାଗର ଚଢ଼ାଉ

0
773

ବ୍ରହ୍ମପୁର ୨୯/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଆୟକର ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଟିମ ଶନିବାର ଅପରାହ୍ନରୁ ସୁନା ବେପାରୀ କେ ପ୍ରସାଦ ରାଓଙ୍କ ବଡ଼ବଜାର ସ୍ଥିତ ସୁନା ଦୋକାନ ଓ ଗୌଡ଼ ସାହି ସ୍ଥିତ ବାସଭବନ ଉପରେ ନଜର ରଖିଥିଲେ | ଗତକାଲି ବଡ଼ବଜ଼ାର ସ୍ଥିତ ଶଙ୍କର ଜୁଏଲେରୀ ଦୋକାନ ଓ ବାସଭବନ ଉପରେ ଆୟକର ବିଭାଗ ଚଢ଼ାଉ କରିଥିଲେ | ତେବେ ଉକ୍ତ ଚଢ଼ାଉ କୋଲକତା ହାୱାଡା ଷ୍ଟେସନରୁ ଜବତ ହୋଇଥିବା ୬୮ ଲକ୍ଷ ୧୩ ହଜାର ଟଙ୍କାଙ୍କୁ ଆଧାର କରି ଆରଂଭ ହୋଇଥିଲା |
ଗତ ୨୬ ତାରିଖ ଶୁକ୍ରବାର ଦିନ ସଂଜିତ ମହାପାତ୍ର ନାମକ ଜଣେ ବ୍ୟକ୍ତି ଠାରୁ ଉକ୍ତ ଟଙ୍କା କୋଲକାତା ଆରପିଏଫ ସନ୍ଦେହଜନକ ଭାବେ ତାଙ୍କ ବ୍ୟାଗ ଯାଞ୍ଚ କରିବା ସମୟରେ ଧରିଥିଲେ | ଆରପିଏଫ ଏତେଗୁଡିଏ ଟଙ୍କାର ତଥ୍ୟ ପଚାରିବାରୁ ବ୍ୟକ୍ତିଙ୍କ ପାଖରୁ କୌଣସି ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ | କୋଲକାତା ଆରପିଏଫ ଏହି ଟଙ୍କା ବିଷୟରେ ଆୟକର ବିଭାଗକୁ ସୂଚନା ଦେଇଥିଲେ ଓ ହସ୍ତାନ୍ତର କରିଥିଲେ | ଏହାପରେ ଆୟକାରବିଭାଗର ଏ ନେଇ ଖୋଳତାଡ଼ ଆରଂଭ ହୋଇଥିଲା |ଆୟକର ଅଧିକାରୀଙ୍କ ଜେରଦ୍ୱାରା ଧରାପଡିଥିବା ବ୍ୟକ୍ତି ଜଣକ ବ୍ରହ୍ମପୁର ଶଙ୍କର ଯୁଏଲେରିର କର୍ମଚାରୀ,ସେ ଏହି ଟଙ୍କା ବିଷୟରେ କିଛି ଜାଣି ନାହାନ୍ତି ବୋଲି ଜଣାପଡିଥିଲା | କେବଳ ତାଙ୍କ ମାଲିକ କେ ପ୍ରସାଦ ରାଓ ଏହି ଟଙ୍କା ବିଷୟରେ ଠିକ ତଥ୍ୟ ଦେଇପାରିବେ ବୋଲି ସଂଜିତ କହିଥିଲେ | ଏବେ ପର୍ଯ୍ୟନ୍ତ ଆୟକର ବିଭାଗ ତରଫରୁ ଜେରା ଚାଲୁ ରହିଛି ଓ ଏ ବିଷୟରେ କୌଣସି ତଥ୍ୟ ଗଣମାଧ୍ୟମକୁ କିଛି ମନ୍ତବ୍ୟ ଦିଆଯାଇନାହିଁ |

LEAVE A REPLY

Please enter your comment!
Please enter your name here