ନବରଙ୍ଗପୁର ପୁଲିସ ପକ୍ଷରୁ ରକ୍ତଦାନ ଶିବିର

0
315

ନବରଙ୍ଗପୁର(ନ୍ୟୁଜଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ପୁଲିସ ପଡ଼ିଆରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଜିଲ୍ଲାପାଳ ଡା. ଅଜିତ କୁମାର ମିଶ୍ର ଉଦଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାରେ ମାସକୁ ୧୨ଶହ ରକ୍ତ ଆବଶ୍ୟକ ପଡ଼ିଥାଏ ବୋଲି ଡା. ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସାହା ମିନା, ଜିଲ୍ଲା ବନଖଣ୍ଡ ଅଧିକାରୀ ମଗର ଧନଜୀ ରାଓସ, ଉପଜିଲ୍ଲାପାଳ ଭାସ୍କର ରଇତଙ୍କ ସମେତ ଏସଡିପିଓ ଡା ଦିନେଶ ଚନ୍ଦ୍ର ନାୟକ, ବରିଷ୍ଠ ଥାନା ଅଧିକାରୀ ତାରେକ ଆହେମ୍ମଦ ପ୍ରମୁଖ ଅଂଶ ଗ୍ରହଣ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକତ୍ସାଳୟର କର୍ମଚାରୀ ହେମନ୍ତ ରାଉତ, ପାର୍ଥସାରଥୀ ବେହେରା, ରାଜଅର୍ଦ୍ଧେନ୍ଦୁ ବାରିକ, ସୁନୟ ନାୟକ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ଉକ୍ତ ଶିବିରକୁ ପୁଲିସ ସଂଘର ଉପସଭାପତି ସପନ ମିଶ୍ର, ସମ୍ପାଦକ ଏମଡି ରାଇସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here