ଆକ୍ସିସ ବ୍ୟାଙ୍କ ପକ୍ଷରୁ ମୃତ୍ୟୁ କାଳୀନ ସହାୟତା

0
288

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ଶାଖା ଆକ୍ସିସ ବ୍ୟାଙ୍କ ପକ୍ଷରୁ ଜଣେ ଏଟିଏମ କାର୍ଡ଼ ଧାରୀଙ୍କ ମୃତ୍ୟୁ ଯୋଗୁଁ ତାଙ୍କ ପରିବାରଙ୍କୁ ମୃତ୍ୟୁ କାଳୀନ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଶାଖା ପରିଚାଳକ ଓମ୍ ପ୍ରସାଦ ରାଉତ ପ୍ରକାଶ କରିଛନ୍ତି। ଗତ ୨୦୨୦ ଜୁନ ୧ ତାରିଖ ଦିନ ବୁଗୁଡା ବ୍ଲକ ଅନ୍ତର୍ଗତ ତାକରଡ଼ା ଗ୍ରାମର ନୀଳାଞ୍ଚଳ ଆଲଟିଆଙ୍କ ବଜ୍ରାଘାତରେ ମୃତ୍ୟୁ ହୋଇଥିଲା। ଏକ୍ସିସ ବ୍ୟାଙ୍କର ନିୟମ ପ୍ରକାରେ ଯେଉଁ ବ୍ୟକ୍ତିଙ୍କ ଏଟିଏମ କାର୍ଡ଼ ବା ଡେବିଟ୍ କାର୍ଡ଼ ଥିବା ଦେହୀ ବ୍ୟକ୍ତିଙ୍କ ଯଦି ଦୁର୍ଘଟଣା ଜନିତ ମୃତ୍ୟୁ ହୁଏ, ତେବେ ସେ ୪୫ ଦିନ ମଧ୍ୟରେ ଏଟିଏମ କାର୍ଡ଼ ବିନିମୟ କରିଥିଲେ ସେହି ବ୍ୟକ୍ତିଙ୍କୁ ଦୁଇ ରୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ଯୋଜନାରେ ସହାୟତା ମିଳିପାରିବ। ଏହି ନିୟମ ପ୍ରକାରେ ସ୍ବର୍ଗତ ଆଲଟିଆଙ୍କ ଉତ୍ତରାଧିକାରୀଙ୍କୁ ବୁଗୁଡା ଶାଖା ଏକ୍ସିସ ବ୍ୟାଙ୍କ ପରିଚାଳନାଙ୍କ ପରାମର୍ଶ କ୍ରମେ ଉପ ମୁଖ୍ୟ ପରିଚାଳକ ମଧୁସୂଦନ ପାଢ଼ୀ ଦୁଇ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏକ୍ସିସ ବ୍ୟାଙ୍କର ଏହି ସହାୟତା ପାଇଁ ସ୍ବର୍ଗତ ଆଲଟିଆଙ୍କ ପରିବାର କୃତଜ୍ଞତା ଜଣାଇବା ସହ ବୁଗୁଡା ବ୍ଲକରେ ଜଣେ ଏଟିଏମ କାର୍ଡ଼ଧାରୀଙ୍କୁ ପ୍ରଥମ କରି ଏହିପରି ସହାୟତା ମିଳିଥିବାରୁ ଜନସାଧାରଣ ମଧ୍ୟ ଆନନ୍ଦ ପ୍ରକାଶ ପାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here