ବିଦ୍ୟୁତ ଆଘାତରେ ବାଳକର ମୃତ୍ୟୁ

0
619

ଗଞ୍ଜାମ,୧୩/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗୁଣ୍ଡରିବାଡ଼ି ଗ୍ରାମ ଆଡୁଆ ସାହିର ସନ୍ୟାସୀ ପ୍ରଧାନଙ୍କ ୧୧ବର୍ଷର ପୁଅ ଶ୍ରୀକାନ୍ତ କୁମାର ପ୍ରଧାନ ଦିନ ୪ଟା ସମୟରେ ସାଙ୍ଗମାନଙ୍କ ସହ ସାହିରେ ଖେଳୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ ଖୁଣ୍ଟ ନିକଟକୁ ଯାଇଥିଲା। ତେବେ ବର୍ଷା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି କିଛି ସମୟ ପରେ ଶ୍ରୀକାନ୍ତ ଛିଟକି ପଡିଥିଲା l ଏହା ଦେଖି ତାର ଅନ୍ୟ ବନ୍ଧୁମାନେ ପରିବାର ଲୋକଙ୍କୁ ଜଣାଇବା ପରେ ଭଞ୍ଜନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ପରେ ପୋଲିସ ଖବର ପାଇ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠେଇ ତଦନ୍ତ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here