ଗାଙ୍ଗପୁର ଅଞ୍ଚଳର ବିଭିନ୍ନ ବ୍ୟାଙ୍କର ସୁରକ୍ଷା ଯାଞ୍ଚ କଲା ପୋଲିସ

0
235

ଭଞ୍ଜନଗର : ଗାଙ୍ଗପୁର ଥାନା ଅଧୀନରେ ଥିବା ବିଭିନ୍ନ ଗ୍ରାମରେ ଥିବା ବ୍ୟାଙ୍କ ର ସୁରକ୍ଷା ଯାଞ୍ଚ କରିଛନ୍ତି ଗାଙ୍ଗପୁର ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ । ବିଭିନ୍ନ ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥା ଢିଲା ଦେଖି ଶ୍ରୀ ସାହୁ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସୁରକ୍ଷା ବ୍ୟବସ୍ଥାର ଉତ୍ତମ ପରିଚାଳନା କରିବା ପାଇଁ ଉକ୍ତ ବ୍ୟାଙ୍କ ଶାଖା ପ୍ରବନ୍ଧକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ,ଆଜି ଥାନାଧିକାରୀ ଶ୍ରୀ ସାହୁ ଓ ପୋଲିସ ଟିମ୍ ଗାଙ୍ଗପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଗୋବରା ୟୁନିଅନ୍ ବ୍ୟାଙ୍କ, ଖେତ୍ରିୟବରପୁର ଓ ପାଇଲିପଡା ବ୍ୟାଙ୍କ ଅଫ ଇଣ୍ଡିଆ ଓ ବଡ଼ବୋରସିଙ୍ଗ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ନିଜ ଟିମ୍ ସହିତ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ବ୍ୟାଙ୍କର ଉପଯୁକ୍ତ ସ୍ଥାନରେ ସିସିଟିଭି ଲାଗିବା, ଠିକ୍ ସମୟରେ ସାଇରନ୍ ବାଜିବା, ସିସିଟିଭି ହାର୍ଡଡିସ୍କ ରହିବା ବ୍ୟବସ୍ଥା ପରଖିବା ସହିତ ବ୍ୟାଙ୍କ ପରିଚାଳକ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ଏଥିରେ କିଛି ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥାର ବ୍ୟତିକ୍ରମ ହେଉଥିବା ସେ ଲକ୍ଷ୍ୟ କରିଥିଲେ । ତେଣୁ ସେ ଅସନ୍ତୋଷ ବ୍ୟକ୍ତ କରି ତୁରନ୍ତ ସୁରକ୍ଷା ବ୍ୟବସ୍ଥା ସଜାଡ଼ିବା ପାଇଁ ବ୍ୟାଙ୍କର ଶାଖା ପରିଚାଳକ ମାନଙ୍କୁ ପରାମର୍ଶ ଦେଇଥିଲେ ।ଏଥି ସହିତ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବ୍ୟାଙ୍କ ପରିସରରେ ଦେଖିଲେ ତୁରନ୍ତ ଥାନାକୁ ଖବର ଦେବା ପାଇଁ କହିଥିଲେ । ଏଥିରେ ଥାନାଧିକାରୀଙ୍କ ସହିତ ଗାଙ୍ଗପୁର ଥାନାର ଏସ ଆଇ ସୁବ୍ରଜିତ ସାମନ୍ତରାୟ ଙ୍କ ସମେତ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here