ଭୁବନେଶ୍ୱର ଏକାମ୍ର ହାଟ ଶୈଳୀରେ ବ୍ରହ୍ମପୁରରେ ପ୍ରତିଷ୍ଠା ହେବ ଗଞ୍ଜାମ ହାଟ।

0
763

ବ୍ରହ୍ମପୁର,୧୩/୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ରେଶମ ସହର ଭାବେ ଖ୍ୟାତି ଲାଭ କରିଥିବା ବ୍ରହ୍ମପୁର ସହରରେ ପ୍ରତିଷ୍ଠା ହେବାକୁ ଯାଉଛି ଗଞ୍ଜାମ ହାଟ। ଦକ୍ଷିଣ ଓଡ଼ିଶାର ବାଣିଜ୍ୟିକ ପେଣ୍ଠସ୍ଥଳି ଭାବେ ପରିଚିତ ବ୍ରହ୍ମପୁର ସହର। ବଦଳୁଥିବା ସମୟ ସହ ତାଳଦେଇ ବିକଶିତ ହେବାକୁ ଯାଉଛି ବ୍ରହ୍ମପୁର ମହାନଗର ନିଗମ।

ରାଜଧାନୀ ଭୁବନେଶ୍ୱରରେ ଥିବା ଏକାମ୍ର ହାଟକୁ ଅନୁକରଣ କରି ପ୍ରତିଷ୍ଠା କରାଯିବ ଗଞ୍ଜାମ ହାଟ। ବିଏମସି କମିଶନରଙ୍କ କହିବା ଅନୁସାରେ ଏଠାରେ କେବଳ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଉପଲବ୍ଧ ହେବ ତାହା ନୁହେଁ,କଳା ସଂସ୍କୃତି ଓ ମନୋରଞ୍ଜନର ଖୋରାକ ମଧ୍ୟ ପାଇପାରିବେ ଜନସାଧାରଣ। କାରଣ ଏହା ହେବ ଏକ ବାଣିଜ୍ୟ କେନ୍ଦ୍ରସ୍ଥଳୀ ଓ ଏଠାରେ ରହିବ ମଲ୍ଟିପ୍ଲେକ୍ସ ସିନେମା ହଲ, ପଦର୍ଶନୀ ପାଇଁ ଦୋକାନ, ସଭାସମିତି ପାଇଁ ହେବ
ମୁକ୍ତାକାଶ ରଂଗମଂଚ, ପିଲାମାନଙ୍କ ମନୋରଞ୍ଜନ ସହ ବରିଷ୍ଠ ନାଗରିକଙ୍କ ସାନ୍ଧ୍ୟ ପରିଭ୍ରମଣ ପାଇଁ ଚଲାପଥର ସୁବ୍ୟବସ୍ଥା। ଜନସାଧାରଣ ମଧ୍ୟ ଏହି ଖବର ଶୁଣି ନିଜର ଆନନ୍ଦ ପରିବ୍ୟକ୍ତ କରି କହିଛନ୍ତି ଯେ,କେବଳ ଗୋପାଳପୁର ବେଳାଭୂମି ଥିଲା ଗଂଜାମ ଜିଲ୍ଲାର ଏକମାତ୍ର ଦର୍ଶନୀୟ ସ୍ଥଳୀ।
କିନ୍ତୁ ପରବର୍ତ୍ତୀ ସମୟରେ ବିଜୁପଟ୍ଟନାୟକ ପାର୍କ ଓ ଏହାପାଖରେ ଥିବା ଖୋଲା ପଡିଆରେ
ନିର୍ମିତ ହେବାକୁ ଯାଉଥିବା ଗଞ୍ଜାମ ହାଟ ଓ ନୂତନ ଭାବେ ତିଆରି ହେଉଥିବା ରାମଲିଂଗମ ଟେଙ୍କ ଆଦି ଦର୍ଶନୀୟସ୍ଥଳୀ ଭାବେ ଲୋକଙ୍କୁ ବେଶ ଆକର୍ଷିତ କରିପାରିବ।

LEAVE A REPLY

Please enter your comment!
Please enter your name here