ଖଲ୍ଲିକୋଟ ତାଲୁକା ବିଶ୍ୱକର୍ମା ସମାଜ ର କାର୍ଯ୍ୟକାରୀ କମିଟି ଅଧିବେଶନ

0
448

ଖଲ୍ଲିକୋଟ(ପ୍ରଦୀପ ସାହୁ)ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ତାଲୁକା ବିଶ୍ୱକର୍ମା କର୍ମକର୍ତ୍ତା ସମାଜ ର ଏକ ଅଧିବେଶନ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | ଏହି ତାଲୁକା ର ସଭାପତି ଗୌର କିଶୋର ମହାରଣା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନ ରେ ଉପସଭାପତି ନୀଳକଣ୍ଠ ମହାରଣା, କେଞ୍ଚୁ ମହାରଣା, କୈଳାସ ମହାରଣା,ରାଜଶ୍ରୀ ରମେଶ ମହାରଣା,ସମ୍ପାଦକ ସନ୍ତୋଷ କୁମାର ମହାରଣା, କୋଷାଧକ୍ଷ-ବାବୁ ମହାରଣା, ଯୁଗ୍ମ ସମ୍ପାଦକ-ଧର୍ମାନନ୍ଦ ମହାରଣା,ଉପଦେଷ୍ଟା-ସିମାଞ୍ଚଳ ମହାରଣା,ରମେଶ ମହାରଣା, ସନ୍ୟାସୀ ମହାରଣା ଓ ନୃସିଂହ ମହାରଣା ଙ୍କ ସମେତ 150 ରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗ ଦେଇଥିଲେ |ନିର୍ମଳଝର ନିକଟସ୍ଥ ଗଡ଼କସ୍ତା.ଏ ରାଜସ୍ବ ଗ୍ରାମରେ ଖଲ୍ଲିକୋଟ ତାଲୁକା ବିଶ୍ୱକର୍ମା ସମାଜର ଘରବାରି ଜମି ଉପରେ ମନ୍ଦିର ନିର୍ମାଣ ପାଇଁ ଏହି ସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା |ବଢ଼େଇ ଓ କମାର ଜାତିର ଅଧିକାଂଶ ସଦସ୍ୟ ନିର୍ମାଣ ଶ୍ରମିକ ହୋଇଥିବାରୁ ଶ୍ରମିକ ପରିଚୟ ପତ୍ର କରିବା ସକାଶେ ବିଭାଗୀୟ କର୍ତୃପକ୍ଷ ଙ୍କ ସହ ଆଲୋଚନା କରିବା ନିମନ୍ତେ ବୈଠକ ରେ ନିଷ୍ପତି ନିଆଯାଇଥିଲା | ଆସନ୍ତା 31 ତାରିଖ ରବିବାର ଦିନ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମର କେଦାରେଶ୍ୱର ମନ୍ଦିର ଠାରେ ଖଲ୍ଲିକୋଟ ତାଲୁକା ବିଶ୍ୱକର୍ମା ସମାଜ (ରେଜିଷ୍ଟ୍ରସନ ନମ୍ବର ନଥାଇ) ଏକ ବୈଠକ ଅନୁଷ୍ଠିତ ହେବାକୁ ଥିବା ନେଇ ପ୍ରଚାର ହୋଇଥିବା ବେଳେ,ଏହି ବିଷୟରେ ଖଲ୍ଲିକୋଟ ତାଲୁକା ବିଶ୍ୱକର୍ମା ସମାଜ (ରେଜିଷ୍ଟ୍ରସନ ନଂ 8885-31/2019-20)ର ସମସ୍ତ କର୍ମକର୍ତା ଙ୍କୁ ଅବଗତ କରାଯାଇଥିଲା |ଏହି ପ୍ରକାର ବିଶୃଙ୍ଖଳିତ କାର୍ଯ୍ୟ ସମ୍ପର୍କ ରେ ଉପସ୍ଥିତ ସମସ୍ତ ପ୍ରତିନିଧି, କର୍ମକର୍ତ୍ତା ଙ୍କ ସମେତ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ ଖଲ୍ଲିକୋଟ ଥାନା ଆଇ.ଆଇ.ସି ଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ଏକ ଦରଖାସ୍ତ ପ୍ରଦାନ କରିଥିଲେ |

LEAVE A REPLY

Please enter your comment!
Please enter your name here