ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯୭ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ସହ “ମଣ୍ଡଳ ପ୍ରବାସ ଯୋଜନା ବୈଠକ” ଅନୁଷ୍ଠିତ

0
225

ବ୍ରହ୍ମପୁର: ରବିବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ ଗୁଣ୍ଡିଚ଼ା ମନ୍ଦିର ଛକ ସ୍ଥିତ ମାଁ କାଳୁଆ ହୋଟେଲ୍ କଲ୍ୟାଣ ମଣ୍ଡପ ଠାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୩ ବର୍ଷର ପ୍ରଥମ ତଥା ୯୭ ତମ “ମନ୍ କୀ ବାତ୍” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହା ସହ ମଣ୍ଡଳ ସଭାପତି କୢଷ୍ଣ ଚ଼ନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ “ମଣ୍ଡଳ ପ୍ରବାସ ଯୋଜନା ବୈଠକ” ଅନୁଷ୍ଠିତ ହେଇଥିଲା ।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁରମା ପାଢ଼ୀ,ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତି,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ଜିଲ୍ଲା ଉପ-ସଭାପତି ସୁନିଲ କୁମାର ସାହୁ,ଅନ୍ୟତମ ଜିଲ୍ଲା ଉପ ସଭାପତି ରାମ କୁମାର ପାତ୍ର,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ବ୍ରହ୍ମପୁର ବିଧାନସଭା ପ୍ରଭାରୀ ରାମ ପ୍ରସାଦ ସାମଲ ପ୍ରମୁଖ ଯୋଗ ଦେଇ ସଶକ୍ତ ମଣ୍ଡଳ ଓ ସକ୍ରିୟ ବୁଥ୍ ନେଇ ସାଙ୍ଗଠନିକ ଚର୍ଚ୍ଚା କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢ଼ୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମସ୍ତ ଲୋକାଭିମୁଖି ଯୋଜନା ବିଷୟରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବୁଥ୍ ସ୍ତରରେ ସଂଗଠନ ମଜବୁତ କରିବାକୁ କାର୍ଯ୍ୟକର୍ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପୂର୍ବାହ୍ନରେ ଗୋସାଇଁନୂଆଗାଁ ମଣ୍ଡଳରେ ପହଞ୍ଚିବା ପରେ ବିଜେପି ନେତା ଓ କର୍ମୀ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀଙ୍କୁ ସ୍ୱାଗତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ଜିଲ୍ଲା ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା,କର୍ପୋରେଟର ରଞ୍ଜିତା ବେହେରା,ଦୁଇ ଜଣ ଗୋସାଇଁନୂଆଗାଁ ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ପାଢ଼ୀ ଏବଂ ଶ୍ରୀରାମ ଦୀନଦୟାଲ,ମଣ୍ଡଳ ଉପ ସଭାପତି ରବି ନାରାୟଣ ସାବତ,ଲକ୍ଷ୍ମୀ ବେହେରା, ନରସିଂହ ଶତପଥି,କୋଷାଧ୍ୟକ୍ଷ ଶ୍ରୀଧର ମିଶ୍ର,ସମ୍ପାଦକ ଏସ୍.ଶ୍ରୀନିବାସ୍, ଦିଲୀପ ସାହୁ,ସୁଶାନ୍ତ ଚୌଧୁରୀ,ଉପେନ୍ଦ୍ର ସେଠୀ,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଡ଼ି.ଅନିଲ ରାଓ,ମହିଳାମୋର୍ଚ୍ଚା ସଭାନେତ୍ରୀ ସରସ୍ଵତୀ ବେହେରା,କୃଷକମୋର୍ଚ୍ଚା ସଭାପତି ସଞ୍ଜୀବ ଚୋଧୁରୀ,ସଙ୍ଖ୍ୟାଲଘୁ ମୋର୍ଚ୍ଚା ସଭାପତି ଯୋଶେଫ କଟନ୍, ପୂର୍ବତନ ମଣ୍ଡଳ ସଭାପତି ବିଜୟ କୁମାର ସାହୁ,ପୂର୍ବତନ ବ୍ରହ୍ମପୁର ମହାନଗର ଯୁବମୋର୍ଚ୍ଚା ସଭାପତି ପ୍ରଦୀପ ସାହୁ ପ୍ରମୁଖ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here