ମାଣିତରା ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକାର ଶୁଭାରମ୍ଭ, ବୁଗୁଡ଼ାରେ ୩୨ ଜଣଙ୍କୁ ଟୀକାଦାନ

0
284

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଜାନୁଆରୀ ୨୮ ତାରିଖ ଦିନ ୧୦୨ ଜଣ କରୋନା ଯୋଦ୍ଧାଙ୍କ ପାଇଁ କୋଭିଡ ଟୀକା ପହଞ୍ଚି ଥିବା ବେଳେ ୬୩ ଜଣ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯାଇଛି। କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଟିକାଦାନ କାର୍ଯ୍ୟକ୍ରମକୁ ଡ଼ାକ୍ତର ଦୟାନିଧି ରାଉତ ଉଦଘାଟନ କରିଥିବା ବେଳେ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ ସର୍ବ ପ୍ରଥମେ ଟୀକା ଗ୍ରହଣ କରିଥିଲେ। ଫାର୍ମାସିଷ୍ଟ ରାମଚନ୍ଦ୍ର ମିଶ୍ର, ଟେକିନିସିଆ କାଳୀ ପ୍ରସାଦ ସାହୁ, କୃଷ୍ଣ ପ୍ରିୟା ପଣ୍ଡା ଟିକାଦାନ ପରିଚାଳନା କରିଥିଲେ। ଆଜି ଟୀକା ନେଇଥିବା ୬୩ ଜଣଙ୍କ ମଧ୍ୟରୁ ଜଣେ ଡାକ୍ତର, ୧୨ ଜଣ ମେଡ଼ିକାଲ ଷ୍ଟାଫ, ୩୯ ଜଣ ଅଙ୍ଗନୱାଡି କର୍ମୀ ଓ ସହାୟିକା ଏବଂ ୧୧ ଜଣ ଆଶା କର୍ମୀ ଅଟନ୍ତି। ସେହିପରି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବରୁ ୩୬୯ ଜଣ ଟୀକା ନେଇଥିବା ବେଳେ ଆଜି ୩୨ ଜଣ କରୋନା ଯୋଦ୍ଧା ଟୀକା ଗ୍ରହଣ କରିଛନ୍ତି। ଷଷ୍ଠ ଦିବସ ସୁଦ୍ଧା ମୋଟ ୪୦୧ ଜଣ ଟୀକା ଦେଇ ଥିବା ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here