ନିଜ ଭୁଲ ପାଇଁ କ୍ଷମା ମାଗିଲେ ପ୍ରବାସୀ ଓଡ଼ିଆ

0
403

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତ ଦୁଇଦିନ ତଳେ ବେଗୁନିଆପଡ଼ା ବ୍ଲକର ରାଗପୁର ଆଦର୍ଶ ବିଦ୍ୟାଳୟ ଓ ଜନତା ହାଇସ୍କୁଲରୁ ତାଲାଭାଙ୍ଗି ପଳାୟନ କରିଥିବା ପ୍ରବାସୀ ଓଡିଆ ପୋଲିସ ପ୍ରଚେଷ୍ଟାରେ ପୁଣି ସଙ୍ଗରୋଧ କେନ୍ଦ୍ରକୁ ଫେରିଥିବା ବେଳେ ନିଜର ଦୋଷ ସ୍ୱୀକାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ନିଜ ଭିଚାମାଟିକୁ ଫେରି ଥିବାରୁ ସେମାନେ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି। ତେବେ କିଛି ଲୋକଙ୍କ ପ୍ରରୋଚନାରେ ବଶବର୍ତ୍ତୀ ହୋଇ ଏଭଳି ଭୁଲ କରିଥିବା ସ୍ୱୀକାର କରିଥିବା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ରାଜ୍ୟ ସରକାରଙ୍କ କୋଭିଡ-୧୯ର ସମସ୍ତ ନିୟମାବଳୀକୁ ସଂପୂର୍ଣ୍ଣ ଭାବେ ପାଳନ କରିବା ସହ ସଙ୍ଗରୋଧ କେନ୍ଦ୍ରରେ ସବୁ ପ୍ରକାର ସୁବିଧା ସୁଯୋଗ ମିଳୁଥିବା କହିଛନ୍ତି ପ୍ରବାସୀ ଓଡିଆ। ଆଗାମୀ ଦିନରେ ଜିଲ୍ଲା ପ୍ରଶାସନକୁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରବାସୀ ଓଡିଆ।

LEAVE A REPLY

Please enter your comment!
Please enter your name here