ନନ୍ଦାହାଣ୍ଡି ଖୁଣ୍ଟିଆ ଗ୍ରାମଠାରେ କ୍ରିକେଟ ଟର୍ନାମେଣ୍ଟ ଉଦଯାପିତ*

0
430

ଡାବୁଗାଁ(ଗଗନ ଗନ୍ତାୟତ)ନନ୍ଦାହାଣ୍ଡି ବ୍ଲକର ନନ୍ଦାହାଣ୍ଡି ପଞ୍ଚାୟତର ଖୁଣ୍ଟିଆ ଗ୍ରାମରେ ନରହରି ନାୟକ ମେମୋରିଆଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟଟି ଅନୁଷ୍ଠିତ ହୋଇଯାଇଛିି। ଏହି ଟୁର୍ଣ୍ଣାମେଣ୍ଟଟି ନରହରି ନାୟକଙ୍କ ଦୁଇ ପୁତ୍ର ଲକ୍ଷ୍ମଣ ନାୟକ ଓ ଗଙ୍ଗା ନାୟକଙ୍କ ଦ୍ୱାରା ବାପା ଙ୍କ ସ୍ମୃତି ସକାଶେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ନିଜ ଗ୍ରାମର ଲୋକ ଓ ଆଖପାଖ ଗ୍ରାମର ଲୋକେ ଖେଳଟିକୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଟ୍ରାକ୍ଟର ଇଉନିୟନ ର ସଭାପତି କାହ୍ନୁ ଦାସ ଓ ନନ୍ଦାହାଣ୍ଡି ବ୍ଲକ ଚେୟାରମ୍ୟାନ୍ ସନ୍ୟାସୀ ସଉରା ଓ ଅନ୍ୟ ମାନ୍ୟବନ୍ୟ ବ୍ୟକ୍ତି ଉଦବୋଧନ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଦହଣା ଦଳ ବିଜୟୀ ହୋଇଥିବା ବେଳେ ବୋରିଗୁମ୍ମା ଦଳ ପରାଜିତ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟର ସହଯୋଗୀମାନେ ହେଲେ ମୁନା ନନ୍ଦ, ଗଣେଶ ପାଇକ, ଅରୁଣ ଷଡ଼ଙ୍ଗୀ, ରାମଚନ୍ଦ୍ର ଦାଶ, ଭଗବାନ ହରିଜନ ଓ ଗ୍ରାମର ବହୁ ଲୋକ ଏହି ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here