ଡାବୁଗାଁରେ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ

0
565

ଡାବୁଗାଁ(ଗଗନ ଗନ୍ତାୟତ)ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ମିନି ଷ୍ଟାଡିୟମ ଠାରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଡାବୁଗାଁ ଭେଟେନାରି ଏକାଦଶ ଓ ନବରଙ୍ଗପୁର ଭେଟେନାରି ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ନବରଙ୍ଗପୁର ଏକାଦଶ ପ୍ରଥମେ ବ୍ୟାଟିଂ କରି ‍ନିର୍ଦ୍ଧାରିତ ‍୧୨ ଓଭର ରେ ୬ ୱିକେଟ ହରାଇ ୬୬ ରନ୍ ସଂଗ୍ରହ କରିଥିଲେ | ଡାବୁଗାଁ ଏକାଦଶ ୧୧ ଓଭରରେ ୪ ୱିକେଟ ହରାଇ ବିଜୟ ଲାଭ କରିଥିଲେ । ଡାବୁଗାଁ ପକ୍ଷରୁ ଗୁଡୁ ମଜୁମଦାର ସର୍ବାଧିକ ୨୫ ରନ୍ କରିଥିଲେ । ଡା ବିଧୁତ୍ ଶେଖର ମିଶ୍ର ଡାବୁଗାଁ ଦଳର ଅଧିନାୟକ ଥିବା ବେଳେ ଡା ଦିଲିପ କବିରାଜ ନବରଙ୍ଗପୁର ଏକାଦଶର ଅଧିନାୟକତ୍ୱ ତୁଲାଇ ଥିଲେ । ଡା॰ ସାରସ୍ୱତ ସାହୁ, ଡା॰ ସୁନିଲ ନାୟକ, ଡା॰ ସୁନିଲ ମନୋହର ପରିଡା, ଡା॰ ମହେନ୍ଦ୍ର ସମରଥ, ଡା॰ ଈଶ୍ୱର ନାୟକ, ଡା॰ ଚିନ୍ମୟ ନାୟକ, ଡା॰ ଶାରଦା ପ୍ରସାଦ ନାୟକ ଓ ବାଏଫ୍ କ୍ଷେତ୍ର ଅଧିକାରୀ ତାପସ ସାହୁ ତଥା ପ୍ରାଣୀଧନ ନିରିକ୍ଷକ ଓ ବାଏଫ କର୍ମଚାରୀ ମାନେ ଖେଳରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here