ଆସିକା ଏନ.ଏ.ସି ହାଇସ୍କୁଲରେ ଖେଳ ଶିକ୍ଷକରେ ଚାଳିଛି ଶିକ୍ଷା ଦାନ

0
319

ଆସିକା(ଜଗନ୍ନାଥ ସାହୁ) ମାଟ୍ରିକ ପରୀକ୍ଷାରେ ପିଲାଏ କେମିତି ଭଲ କରିବେ?ଯେତେ ବେଳେ ଜଣେ ମାତ୍ର ଖେଳ ଶିକ୍ଷକ ଦ୍ୱାରା ହାଇ ସ୍କୁଲ ପରିଚାଳିତ ହେଉଥିବ। କଥାଟି ଆପଣଙ୍କୁ ଅଜବ ଲାଗୁଥିଲେ ବି ସତ।ସ୍କୁଲରେ ନବମ ଓ ଦଶମ ଶ୍ରେଣୀରେ ୧୦୦ ରୁ ଉର୍ଦ୍ଧ୍ବ ପିଲା ପଢ଼ୁଥିବା ବେଳେ କେବଳ ରହିଛନ୍ତି ଜଣେ ମାତ୍ର ଖେଳ ଶିକ୍ଷକ।

ଗଞ୍ଜାମ ଜିଲ୍ଲା ଆସିକା ରେ ଥିବା ଏନ.ଏ.ସି ହାଇସ୍କୁଲର ଶିକ୍ଷା ବ୍ୟବସ୍ଥା ର ସାଙ୍ଘାତିକ ସ୍ଥିତି।ଖେଳ ଶିକ୍ଷକରେ ଚାଲିଛି ହାଇ ସ୍କୁଲ।ଏମିତିରେ ମାଟ୍ରିକ ପରୀକ୍ଷା ରେ କେମିତି ପିଲାଏ ଭଲ କରିବେ ତାହା ନେଇ ଅଭିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି।ଯେତେବେଳେ ମାଟ୍ରିକରେ ଜ଼ୀରୋ ରିଜଲ୍ଟ ରହୁଥିବା ସ୍କୁଲ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚାପ ସୃଷ୍ଟି କରୁଛି,ସେତେବେଳେ ଖେଳ ଶିକ୍ଷକ ଦ୍ୱରା ଗୋଟିଏ ହାଇ ସ୍କୁଲ କିପରି ପରିଚାଳିତ ହେଉଛି ତାହା ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।ବର୍ତ୍ତମାନ କୋଭିଡ କଟକଣା କାରଣରୁ କେବଳ ଦଶମ ବୋଡ଼ ପରୀକ୍ଷା କୁ ଆଖି ଆଗରେ ରଖି ଦଶମ ଶ୍ରେଣୀର ପିଲାଙ୍କୁ ୧୦୦ ଦିନର ଶିକ୍ଷା ଦାନ ପାଇଁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତି ନେଇଛନ୍ତି।ହେଲା ପ୍ରାୟ ୪୯ ଜଣ ପିଲା ଦଶମ ଶ୍ରେଣୀ ରେ ଅଧ୍ୟାୟନ କରୁଥିବା ଏହି ହାଇ ସ୍କୁଲରେ ଖେଳ ଶିକ୍ଷକଙ୍କ ବ୍ୟତୀତ ଅନ୍ୟ କୌଣସି ଶିକ୍ଷକ ନଥିବାରୁ ନିକଟରେ ଥିବା UP ସ୍କୁଲର ୩ ଜଣ ବିଏ ବିଡ଼ି ଓ ବିଏସି ବିଡ଼ି ଯୋଗ୍ୟତା ଥିବା ଶିକ୍ଷକ ଙ୍କୁ ଡେପୁଟିସନରେ ଆଣି ଶିକ୍ଷା ଦାନ କରାଯାଉଛି।ତେଣୁ ବିଷୟ ଭିତିକ ହାଇ ସ୍କୁଲ ଶିକ୍ଷକ ବ୍ୟତିକ କିଭଳି ପିଲାଏ ପଢୁଥିବେ ଆପଣ ବୁଝୁପାରୁଥିବେ ନିଶ୍ଚିତ।ଏପରିକି କୌଣସି ହିନ୍ଦୀ କିମ୍ବା ସଂସ୍କୃତ ଶିକ୍ଷକ ନଥିବାରୁ ଡେପୁଟିସନ ରେ ଆସୁଥିବା ସେହି ଶିକ୍ଷକମାନେ ହିଁ ପଢ଼ାଉଛନ୍ତି।ତେଣୁ ପଢିବାରେ ବହୁ ଅସୁବିଧା ହେଉଥିବା ପିଲାଏ ଅଭିଯୋଗ କରିଛନ୍ତି।୧୦୦ ଦିନର ପାଠ ପଢା ପରେ ଡେପୁଟିସନ ରେ ଅଣା ଯାଇଥିବା ଶିକ୍ଷକ ଗଲା ପରେ ପୁଣି ନବମ ଶ୍ରେଣୀରେ ପଢ଼ୁଥିବା ପିଲାଙ୍କୁ କିଭଳି ଏଠାରେ ପଢା ଯିବା ତାହା ମଧ୍ୟ ଚିନ୍ତାର କାରଣ।ତେଣୁ ୧୯୭୧ ମସିହାରୁ ପ୍ରତିଷ୍ଠିତ ଏହି ସ୍କୁଲ ପ୍ରତି ଏବେ ପିଲା ମାନଙ୍କ ଆଗ୍ରହ କମୁଥିବା ମଧ୍ୟ ଦେଖିବାକୁ ମିଳିଛି।ଆମେ ସ୍କୁଲର ଏହି ଅସୁବିଧା ବିଷୟରେ ଜାଣିବା ପାଇଁ ଆସିକା ଗୋଷ୍ଠି ଶିକ୍ଷାଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ ହେଲେ ତାଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା।ଆଶା କରୁଛୁ NAC ହାଇ ସ୍କୁଲ ପ୍ରତି ଶିକ୍ଷା ବିଭାଗ ଯଥା ଶୀଘ୍ର ଦୃଷ୍ଟି ଦେଇ ଏଠାରେ ଥିବା ଶିକ୍ଷକ ଅଭାବ ପୂରଣ କରିବେ।

LEAVE A REPLY

Please enter your comment!
Please enter your name here