ପୂର୍ଣ୍ଣମାସୀ ଜାନିଙ୍କୁ ଭେଟିଲେ କନ୍ଧମାଳ ବିଜେପି ସଭାପତି

0
260

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ) ନିରକ୍ଷର ହୋଇ ମଧ୍ୟ ଭଜନରେ ନିପୁଣା । ଲକ୍ଷାଧିକ ଭଜନ ଜଣାଣର ସ୍ରଷ୍ଟା କନ୍ଧମାଳର ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ ଗାଁରେ ଖୁସି ଆନନ୍ଦର ମାହୋଲ୍ । ଗାଁକୁ ଧାଉଛନ୍ତି ଜିଲ୍ଲା ଓ ଜିଲ୍ଲା ବାହାରର ନେତା ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ବ୍ୟକ୍ତି ପହଞ୍ଚି ଶୁଭେଚ୍ଛା ଜଣାଉଛନ୍ତି ।ପଦ୍ମଶ୍ରୀ ପୁରସ୍କାର ଘୋଷଣା ପରେ କନ୍ଧମାଳର ଚାରିପଡା ଗାଁକୁ ଲୋକଙ୍କ ସୁଅ ଛୁଟୁଛି । ଟାଡ଼ିସରୁ ବାଇ ଭାବେ ପରିଚିତ ପୂର୍ଣ୍ଣମାସୀ ଜାନିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି । ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ଉତ୍ସାହ ପରିଲକ୍ଷିତ ହେଉଛି । ସାରା ଜିଲ୍ଲାରେ ଏକ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି । ଜିଲ୍ଳା ବିଜେପି ସଭାପତି ଜଗନ୍ନାଥ ସାହୁ ଙ୍କ ନେତୃତ୍ବରେ ପଦ୍ମ ଚରଣ ଦାସ, ଅନିଲ କୁମାର ଦାସ ଙ୍କ ସମେତ ଏକ ପ୍ରତିନିଧି ଦଳ ମଧ୍ୟ ଗାଁରେ ପହଞ୍ଚି ଶୁଭେଚ୍ଛା ଜଣାଇଛି । ନିପଟ ମଫସଲର ପ୍ରତିଭାଙ୍କୁ ଚିହ୍ନିଲେ କେନ୍ଦ୍ରର ମୋଦି ସରକାର ବୋଲି କହିବା ସହ ଧନ୍ୟବାଦ ଦେଇଛନ୍ତି । ବିଜେପି ସମେତ ଅନ୍ୟ ଅନେକ ଦଳ ସମେତ ବରିଷ୍ଠ ଲୋକେ ଟାଡିସରୁ ବାଇଙ୍କୁ ଭେଟି ସମ୍ବର୍ଦ୍ଧନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here