ଈଶା ପରିବାର ତରଫରୁ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

0
375

ବ୍ରହ୍ମପୁର()ଗଞ୍ଜାମର କଳା ସଂକୃତିର ପ୍ରମୁଖ ବର୍ତ୍ତାବହ ଏକ ଅଗ୍ରଣୀ ଅନୁଷ୍ଠାନ ଇଶା ପରିବାର ତରଫରୁ ୭୨ତମ ଜନରାଜ୍ୟ ଦିବସ ଅବସରରେ ଏକ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗୀତ କରାଯାଇଥିଲା। ସାଧାରଣତନ୍ତ୍ର ଦିବସ ଅବସରରେ ଏହି ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ଈଶା ପରିବାର ପ୍ରତିଷ୍ଠାତା ତଥା ପରିଚାଳନା ମୁଖ୍ୟ ବାସ୍ତୁବିତ ସନ୍ୟାସୀ ମହାରଣା ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଇଶା ନିଉଜର ବ୍ୟୁରୋ ମୁଖ୍ୟ ଯୁବକବି ରତ୍ନାକର ଶୀୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉକ୍ତ ପ୍ରତିଯୋଗୀତା ଚଳିତ ଜାନୁଆରୀ ମାସ ୨୪ ତାରିଖ ଦିନ ଆଙ୍କୁଶପୁର ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ତେବେ ଏଇ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ୧୬ରୁ ଅଧିକା ବ୍ଳକରୁ ୧୩୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। କରୋନା ସମୟରେ ମଣିଷସମାଜ ଏବଂ ରାଷ୍ଟ୍ରର ସ୍ଥିତି ଭଳି ଏକ ସୁନ୍ଦର ବିଷୟକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ବିଚାରପତି ଭାବରେ ଉଜ୍ଵଳ କୁମାର ସାହୁ, ସୁଦାମ ଶେଖର ରେଡ୍ଡୀ, ସରୋଜ ନାଇଡୁ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ଅନନ୍ତ ରାମ ଦାସ ବିଚାରକ ଦାଇତ୍ୱ ସମ୍ପାଦନା କରି ୩ଟି ବର୍ଗରେ ୨୨ ଜଣ କୃତି ପରିଯୋଗୀଙ୍କୁ ଚୟନ କରିଥିଲେ। କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ପ୍ରଥମ ଦୂତୀୟ ତୃତୀୟ ତଥା ସ୍ୱତନ୍ତ୍ର ପ୍ରତିଭା ବିଭାଗରେ ପୁରସ୍କାର ଦିଆଯାଇଥିଲା। ପୁରସ୍କାର ବିତରଣ ଉତ୍ସବ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ସେମିନାର କକ୍ଷରେ ଏକ ବର୍ଣାଳିମୟ ପରିବେଶ ଭିତରେ ବହୁ ଉତ୍ସାହ ଉଦ୍ଦୀପନା ସହ ସମ୍ପାଦିତ ହୋଇଥିଲା। ପୁରସ୍କାର ବିତରଣ ଉତ୍ସାବରେ ମୁଖ୍ୟ ଅତିଥି ଭାବରେ ପୋଲିସ ଅଧିକାରୀ ଶ୍ରୀ ଭବାନନ୍ଦ ପ୍ରଧାନ ଏବଂ ମୁଖ୍ୟବକ୍ତା ଭାବରେ ଡା ବିମଳ କୁମାର ପଣ୍ଡା ଯୋଗଦେଇଥିବା ବେଳେ, ଇଶା ଅନୁଷ୍ଠାନର ଉପଦେଷ୍ଟା ଅଧ୍ୟାପକ ସଂଜୟ କୁମାର ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ ମସିହାଖାଲି ସମିତି ସଭ୍ୟ ନରସିଂହ ସାହୁ କୁକୁଡାଖଣ୍ଡି ଯୁବ ସରପଞ୍ଚ ଅଦଲ ଚେନେୟା, ବରିଷ୍ଠ ନାଟ୍ୟନିର୍ଦ୍ଦେଶକ ମଞ୍ଚ ଅଭିନେତା କୃଷ୍ଣଚନ୍ଦ୍ର ପଣ୍ଡା ଏବଂ ଯୁବକବି ଇଶା ପବ୍ଲିକେସନର ସମ୍ପାଦକ ଚିନ୍ମୟ ରଞ୍ଜନ ମିଶ୍ର ମଞ୍ଚାସିନ ଥିଲେ। ବିଭିନ୍ନ ବର୍ଗରେ କୃତି ପ୍ରତିଯୋଗୀଙ୍କୁ ଏଠାରେ ଅନୁଷ୍ଠାନ ପକ୍ଷରୁ ପ୍ରଶଂସା ପତ୍ର ସହ ସିଲ ଦେଇ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ଏଭଳି ଏକ ସୁନ୍ଦର ପଦକ୍ଷେପ ପାଇଁ ଉପସ୍ଥିତ ଅଭିବାବକ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀ ଈଶା ପରିବାରକୁ ସାଧୁବାଦ ଦେବା ସହ ଏଭଳି ପ୍ରୟାସ ପାଇଁ କୃତଜ୍ଞତା ଜ୍ଞାମ୍ପନ କରିଥିଲେ। ଆସନ୍ତା ମାସରେ ଅନୁଷ୍ଠାନ ତରଫରୁ ‘ବସନ୍ତ ଉତ୍ସବ’ ନାମକ ଏକ ଜିଲ୍ଲା ସ୍ତରୀୟ ବଡ଼ କାର୍ଯ୍ୟକ୍ରମ ହାତକୁ ନେବା ସହ ତାର ସଫଳତା କାମନା କରିଛନ୍ତି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳକ ସନ୍ୟସୀ ମହାରଣା। କାର୍ଯ୍ୟକ୍ରମ ପରିଚାଳନାରେ ଇଶା ପରିବାର ରବୀନ୍ଦ୍ର ନାଥ ସାହୁ, ସଦାନନ୍ଦ ସାହୁ, ବିକାଶ ମହାରଣା, ଦୟାନନ୍ଦ ସାହୁ, ଝିଲ୍ଲୀ ସାହୁ, ଲକ୍ଷ୍ମୀ ନାରାୟଣ ପାଢ଼ୀ,ସାଗର ମହାରଣା, ଟୁଟୁ ପ୍ରଧାନ, ଜଗନ୍ନାଥ ଗୌଡ଼, ଅଙ୍କିତ ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଈଶା ପବ୍ଲିକେସନର ଆବାହକ ରତ୍ନାକର ଶୀୟ ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here